ମଣିଷ ଦେହରେ ଉଠୁଛି ଗଛ!ଡାକ୍ତର ,ଗବେଷକ ଜାଣିପାରୁନାହାନ୍ତି କାରଣ

ସାଧାରଣତଃ ମାଟି ରେ ଗଛ ଉଠିଥାଏ I ଯଦି କୁହାଯାଏ କି ମଣିଷ ଦେହରେ ଗଛ ଉଠିଛି କଣ ଆପଣ ବିଶ୍ୱାସ କରିବେ ??ଏହା ନିହାତି ଅବିଶ୍ୱାସ ଏବଂ ଚକିତ କରିଦେବା ଭଳି ଘଟଣା I କିନ୍ତୁ ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସମ୍ପୂର୍ଣ୍ଣ ସତ୍ୟ I ଏମିତି ଏକ ଘଟଣା ଏବେ ସାରା ଗଣମାଧ୍ୟମ ରେ ଚର୍ଚା ହେବାରେ ଲାଗିଛି I ଘଟଣାଟି ବାଂଲାଦେଶର । ୨୮ବର୍ଷର ଯୁବକ ଆବୁଲ ବାଂଝଦର ଙ୍କ ଶରୀର ରେ ହଠାତ 10ବର୍ଷ ତଳେ ମାନେ ଯେତେବେଳେ ତାଙ୍କୁ 18ବର୍ଷ ହେଇଥିଲା କିଛି ଚେର ପରି ଉଠିଥିଲା I

ପରେ ସେ ଡାକ୍ତର ଙ୍କୁ ଦେଖାଇ ଏହାର ଚିକିତ୍ସା କରିବାରୁ ଭଲ ହେଇଯାଇଥିଲା କିନ୍ତୁ କିଛିଦିନ ପରେ ପୁଣି ଦେହରେ ଚେର ଉଠିଥିଲା ଏବଂ ବଢିବାକୁ ଲାଗିଥିଲା I କ୍ରମଶଃ ଏହା ଛୋଟ ଛୋଟ ଗଛ ଭଳି ଦେଖାଯାଇଥିଲା I ଘର ଲୋକ ସମସ୍ତେ ଚକିତ ହେଇଯାଇଥିଲେ I ବାରମ୍ବାର ଅପରେସନ କରାଯାଉଥିଲେ ମଧ୍ୟ ଏହା ଭଲ ନହେଇ ଗଛ ଉଠିବାରେ ଲାଗୁଚି I

ଡାକ୍ତର ବିଶେସଞ୍ଜ ଏହାର କାରଣ ମଧ୍ୟ ଜାଣିପାରୁନାହାନ୍ତି I ତେବେ ବିଶେସଞ୍ଜ ଙ୍କ କହିବା ଅନୁସାରେ ଏହା ଏକ ବିରଳ ରୋଗ ଯାହାର କି କାରଣ ଜଣାପଡ଼ୁନି I ଯୁବକ ଙ୍କ ସମସ୍ତ ଅପରେସନ ଖର୍ଚ୍ଚ ସରକାର ବହନ କରିବା ସହିତ ଏହାର ନିରାକରଣ ବିଷୟରେ ଡାକ୍ତର ମାନେ ଗବେଷଣା ଜାରି ରଖିଛନ୍ତି I

ଯୁବକ ଜଣଙ୍କ ଟ୍ରି ମ୍ୟାନ ବା ଗଛ ମଣିଷ ଭାବେ ସବୁଆଡେ ଚର୍ଚିତ ହେଇସାରିଲେଣି I

Leave a Reply

Your email address will not be published. Required fields are marked *