ପିଲା ଟ୍ରେନ ଦେଖିନଥିଲେ ସେଥିପାଇଁ ପିଲାଙ୍କ ସ୍ବପ୍ନ ସତ କରିବାକୁ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଟ୍ରେନ ବଗି ଆକୃତି କରି ଦିଆଗଲା

ଦେଶ ଆଗେଇଛି ଦେଶରେ ବିକାଶ ହେଇଚି ରାଜ୍ୟ ବି କୁଆଡେ ବିକାଶ ର ଶୀର୍ଷ ଦେଶରେ ତଥାପି ଆଜି ପର୍ଯ୍ୟନ୍ତ ଓଡ଼ିଶାର କିଛି ଅଞ୍ଚଳ ଅଛି ଯେଉଁଠିକି ଟ୍ରେନ ଦେଖିନାହାନ୍ତି ଗାଁ ଲୋକେ I ଛୋଟ ପିଲାମାନେ ଟ୍ରେନ କଣ ବୋଲି ଆବାକାବା ହେଇଯାନ୍ତି ଟ୍ରେନ ରେ ବସିବାର ସ୍ବପ୍ନ ଦେଖନ୍ତି I ତେବେ ଛୋଟ ପିଲାମାନଙ୍କୁ ପାଠ ପ୍ରତି ଆକୃଷ୍ଟ କରିବାକୁ ଆପଣାଯାଇଛି ନୂଆ ତରିକା I ଅଙ୍ଗନଓ୍ବାଡି କେନ୍ଦ୍ରକୁ ଦିଆଯାଇଛି ଟ୍ରେନ ର ଆକାର I ଜୀଏବି ଦେଖୁଚି ଘଡ଼ିଏ ରହିଯାଉଛି I ଭ୍ରମରେ ପଡିଯାଉଛି ଯେ ସତକୁ ସତ କଣ ଟ୍ରେନ ଆସିଛି ?? ଘଟଣା ହେଉଛି ନବରଙ୍ଗପୁର ଜିଲା ଝରିଗାଁ ବ୍ଲକର ଟୁଟିଗୁଡା ଗ୍ରାମର I

ଅଙ୍ଗନଓ୍ବାଡି କେନ୍ଦ୍ରକୁ ଏପରି ଭାବରେ ନିର୍ମାଣ କରାଯାଇଛି ଯାହାକି ଟ୍ରେନ ପରି ଦେଖାଯାଉଛି ଫଳରେ ବିଦ୍ୟାଳୟ ଆସୁନଥିବା ପିଲାମାନେ ଏବେ ପାଠ ପଢିବାକୁ ଧାଉଁଛନ୍ତି ଅଙ୍ଗନୱାଡି କେନ୍ଦ୍ର କୁ I କେବଳ ପିଲା ନୁହନ୍ତି ଯିଏ ବି ବାଟୋଇ ସେପଟ ଦେଇ ଯାଉଛନ୍ତି କିଛିସମୟ ରହିଯାଉଛନ୍ତି I ଟ୍ରେନ ର ଭ୍ରମ ସୃଷ୍ଟି କରୁଥିବା ଅଙ୍ଗନୱାଡି ନିକଟରେ ଠିଆ ହେଇ ନିଜର ସେଲ୍ଫି ନେଉଛନ୍ତି I

Leave a Reply

Your email address will not be published. Required fields are marked *