ଆଜି ଆସୁଛନ୍ତି ରାହୁଲ ,କଂଗ୍ରେସ ର ହାତ ଧରିବେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ

ଆଜି ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧୀ Iଏନେଇ ଓଡିଶା କଂଗ୍ରେସ ରେ ଉତ୍ସାହ ଖେଳିଯାଇଥିବା ବେଳେ ରାହୁଲ ଙ୍କ ଉପସ୍ଥିତି ରେ ଦଳରେ ମିଶିବେ ବରିଷ୍ଠ ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ I ଯଦିଓ ଏନେଇ ନିଜେ ପଞ୍ଚାନନ ପ୍ରତିକ୍ରିୟା ରଖିନାହାନ୍ତି ତେବେ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି ଯେ କଂଗ୍ରେସ ର ଦଳୀୟ କାର୍ଯ୍ୟକ୍ରମ ରେ ପଞ୍ଚାନନ ବିଧିବଦ୍ଧ ଭାବରେ ଯୋଗ ଦେବେ Iଯେଉଁ କେତେଜଣ ବିଜେଡି ର ପ୍ରତିଷ୍ଠାତା ଭାବରେ ଜଣାଶୁଣା ସେମାନଙ୍କ ମଧ୍ୟରୁ ପଞ୍ଚାନନ ଅନ୍ୟତମ I ୧୯୭୭ ମସିହାରେ ଜନତା ପାର୍ଟି ଟିକେଟରେ ରାଜନୀତି ରେ ପାଦ ଦେଇ ବିଜୟୀ ହେଇଥିବା ପଞ୍ଚାନନ ଗୋବିନ୍ଦପୁର ବିଧାନସଭା ନିର୍ବାଚନମଣ୍ଡଳିରୁ ପ୍ରତିଦ୍ବନ୍ଦ୍ବିତା କରି ବିଜୟୀ ହୋଇଥିଲେ ।2000-04 ମସିହା ପର୍ଯ୍ୟନ୍ତ ବିଜେଡି ସରକାର ରେ ଅର୍ଥମନ୍ତ୍ରୀ ଥିଲେ ପଞ୍ଚାନନ

I ତେବେ ଦଳର ନୀତି ରେ ସେ ଖୁଶି ନଥିଲେ ଏବଂ ପ୍ୟାରୀମୋହନ ମହାପାତ୍ର ଙ୍କୁ ବିରୋଧ କରି ଦଳର ସୁପ୍ରିମ ଙ୍କ ରୋଷର ଶିକାର ହେଇଥିଲେ ପରେ 2008ରେ ନିଜ ତରଫରୁ ଇସ୍ତଫା ଦେଇଥିଲେ ପଞ୍ଚାନନ କାନୁନଗୋ

Leave a Reply

Your email address will not be published. Required fields are marked *