୧୮ ହଜାର ଫୁଟ ଉଚ୍ଚରେ ଉଡିଲା ତ୍ରିରଙ୍ଗା : ସୋସିଆଲ ମିଡ଼ିଆରେ ଭିଡିଓ ଭାଇରାଲ, ଛୁଟିଲା ଲୋକଙ୍କ ପ୍ରଶଂସାର ସୁଅ

୧୮ ହଜାର ଫୁଟ ଉଚ୍ଚରେ ଉଡ଼ିଲା ତ୍ରିରଙ୍ଗା।ସୋସିଆଲ ମିଡିଆରେ ଭିଡିଓ ଭାଇରାଲ।ଛୁଟିଲା ଲୋକଙ୍କ ପ୍ରଶଂସାର ସୁଅ।ଗଣତନ୍ତ୍ର ଦିବସ ଉପଲକ୍ଷେ ୧୮ ହଜାର ଫୁଟ ଉଚ୍ଚରେ ଲଦାଖରେ ମାଇନସ୍ ୩୦ ଡିଗ୍ରୀ ତାପମାତ୍ରାରେ ଯବାନ ମାନଙ୍କ ଦ୍ଵାରା ଉଡ଼ିଲା ତ୍ରିରଙ୍ଗା।ଏହା ସହ ଯବାନ ମାନେ ” ଭାରତ ମାତାକି ଜୟ” ନାରା ଦେଇଥିଲେ। ଲଦାଖ ଭାରତ ଏବଂ ଚୀନ୍ ସୀମାରେ ଅବସ୍ଥିତ।

ଏଠାରେ ଯେ କୌଣସି ମୁହୂର୍ତ୍ତରେ ଚୀନ୍ ଆକ୍ରମଣ ର ଆଶଙ୍କା ରହିଥାଏ। ଡୋକ୍ଲାମ୍ ବିବାଦ ପରେ ଏହି ଅଞ୍ଚଳରେ ଭାରତୀୟ ସେନା ସୁରକ୍ଷା ବଢାଇ ଦେଇଛି।
ଭିଡିଓରେ ଦେଖାଯାଇଛି ଭାରତୀୟ ଯବାନ ମାନେ ବରଫ ଚାଦରରେ ଘୋଡାଇ ହୋଇଥିବା ହିମାଳୟରେ ତ୍ରିରଙ୍ଗା ପତାକା ଧରି ଚାଲୁଛନ୍ତି।ଶରୀର କୋଲାପ୍ସ ହେଉଥିବା ସ୍ଥାନରେ ମଧ୍ୟ ଯବାନ ମନେ ଗୋଟେ ହାତରେ ବନ୍ଧୁକ ଏବଂ ଅନ୍ୟ ହାତରେ ତ୍ରିରଙ୍ଗା ଧରି ଭାରତ ମାତା କି ଜୟ ଗାନ କରି ଚାଲିଥିଲେ।ଏହି ଜାଗାର ଉଚ୍ଚତା ୯ ହଜାର ଫୁଟ ରୁ ୨୦ ହଜାର ଫୁଟ ରହିଛି।ଏହି ଭିଡ଼ିଓ ଭାଇରାଲ ହେବା ପରେ ଭାରତୀୟ ଯବାନଙ୍କ ବିରତ୍ଵ ଏବଂ ସାହସିକତା କୁ ବହୁତ୍ ପ୍ରଶଂସା କରାଯାଇଛି।ଏଭଳି ଜାଗାରେ ଯବାନ ଛିଡ଼ା ହୋଇ ଦିନ ରାତି ସାରା ପ୍ରହରା ଦେଉଛନ୍ତି।

Leave a Reply

Your email address will not be published. Required fields are marked *