ଚାରୋଟି ସନ୍ତାନ ଜନ୍ମ ଦେଲେ ଆନ୍ଧ୍ର ସରକାର ଙ୍କ ତରଫରୁ ମିଳିବ ସରକାରୀ ପ୍ରୋତ୍ସାହନ

ଭାରତ ହେଉଛି ଏକ ଜନସଂଖ୍ୟା ବହୁଳ ଦେଶ ସେଥିପାଇଁ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ସରକାର ଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି I ପ୍ରଥମେ ଆମେ ଦୁଇ ଆମର ଦୁଇ ସ୍ଲୋଗାନ ଥିବାବେଳେ ଏବେ ଏହା ଆମେ ଦୁଇ ଆମର ଏକ ସନ୍ତାନ ସ୍ଲୋଗାନ ରହିଛି I ଗୋଟିଏ କିମ୍ବା ଦୁଇଟି ସନ୍ତାନ ଥିଲେ ଅନେକ ଫାଇଦା ମଧ୍ୟ ମିଳିଥାଏ I ତେବେ ନିକଟ ରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଜନସଂଖ୍ୟା ବୃଦ୍ଧି କୁ ନେଇ ଏକ ଏପରି ବିବାଦୀୟ ମନ୍ତବ୍ୟ ରଖିଛନ୍ତି ଯାହାକି ତାଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି I ନିକଟ ରେ ଏକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ବୈଠକ ରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ କହିଥିଲେ କି ଆନ୍ଧ୍ରପ୍ରଦେଶ ରେ ଜନସଂଖ୍ୟା ବହୁତ କମ୍ ଥିବାରୁ କେନ୍ଦ୍ର ସରକାର ଆମ କଥା ଶୁଣୁନାହାନ୍ତି I ଆନ୍ଧ୍ର କୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ମିଳିପାରୁନାହିଁ I

ତେଣୁ ସବୁ ମହିଳା ମାନେ ତିନି କିମ୍ବା ଚାରି ଶିଶୁ ଜନ୍ମ ଦେଲେ ରାଜ୍ୟ ସରକାର ଙ୍କ ପକ୍ଷରୁ ସମସ୍ତ ସରକାରୀ ସୁବିଧା ଯୋଗାଇ ଦିଆଯିବ I ତେବେ ଏହାକୁ ନେଇ ବୁଦ୍ଧିଜୀବୀ ମାନେ ଚନ୍ଦ୍ରବାବୁ ଙ୍କୁ ତୀବ୍ର ସମାଲୋଚନା କରିଛନ୍ତି I

Leave a Reply

Your email address will not be published. Required fields are marked *