ମୁଁହ ଖୋଲିଲେ କରନ୍ ଯୋହର:ବିବାଦ କଥା ଭାବି କେତେ ରାତି ସୋଇନାହିଁ ମୁଁ

କ୍ରିକେଟର ହାର୍ଦ୍ଧିକ ପାଣ୍ଡିଆ ଏବଂ ରାହୁଲଙ୍କ ମହିଳାଙ୍କ ବିରୋଧରେ ” କଫି ଉଇଥ୍ କରନ୍” ଧାରାବାହିକ ରେ ଦେଇଥିବା ବିବାଦୀୟ ମନ୍ତବ୍ୟରେ ଶେଷରେ ନିରବତା ଭାଙ୍ଗିଛନ୍ତି ଶୋ ର ହୋଷ୍ଟ୍ କରନ୍ ଯୋହାନ୍।କିନ୍ତୁ ବିବାଦକୁ ନେଇ ତାଙ୍କର ବୟାନ ଲୋକଙ୍କୁ ଦାୟିତ୍ଵ କମ୍ କିନ୍ତୁ କୁମ୍ଭୀର କାନ୍ଦଣା ଅଧିକ ଲାଗିଲା।

ଶୋ କୁ ନେଇ ସୃଷ୍ଟି ହୋଇଥିବା ବିବାଦ ପାଇଁ ନିଜକୁ ଦାୟୀ କରିଛନ୍ତି କରନ୍। କରନ୍ କହିଛନ୍ତି ” ମୁଁ କେବଳ ଏତିକି କହିବାକୁ ଚାହୁଁଛି,ମୁଁ ଖୁବ୍ ଦୁଃଖୀ ଅନୁଭବ କରୁଛି କାରଣ ଏହା ମୋର ସୋ ଥିଲା..ମୋର ପ୍ଲାଟଫର୍ମ ଥିଲା।ମୁଁ ସେମାନଙ୍କୁ ଅତିଥି ଭାବେ ମୋ ସୋ’ କୁ ଡାକିଥିଲି। ସୋ’ ରେ ସେମାନଙ୍କ କମେଣ୍ଟ କୁ ନେଇ ମୋର ଉତ୍ତରଦାୟୀତ୍ଵ ରହିଛି।ଏହି ବିବାଦ ପରେ ମୁଁ ବହୁ ରାତି ଧରି ଶୋଇ ପାରି ନ ଥିଲି।ଏକଥା ଭାବୁଥିଲି କେମିତି ଏହି ଡ୍ୟାମେଜ୍ କଣ୍ଟ୍ରୋଲ କରିବି।

ମୋତେ କିଏ ଶୁଣିବ…ଏ ସବୁ ଏକ ଏମିତି ଜୋନ୍ କୁ ଚାଲିଯାଇଥିଲା

ଯାହା ଆଉଟ୍ ଅଫ୍ କଣ୍ଟ୍ରୋଲ ହୋଇଗଲା।ଯାହା ମୋ ସୋ’ ରେ ହୋଇଥିବାରୁ ମୁଁ କ୍ଷମା ମାଗୁଛି।” କରନ୍ ଯୋହନ ଙ୍କ ଏହି ବୟାନ ଏମିତି ସମୟରେ ଆସିଛି ଯେତେବେଳେ ହାର୍ଦ୍ଧିକ ପାଣ୍ଡିଆ ଏବଂ ରାହୁଲ ଙ୍କ ପକ୍ଷରେ କ୍ଷମା ମାଗିବା ପରେ ବି ବିବାଦ ଥମି ନାହିଁ।

Leave a Reply

Your email address will not be published. Required fields are marked *