ମୁଣ୍ଡରେ ଚିତା ଚଇତନ ନଲଗାଇବାରୁ ଢେଙ୍କାନାଳର ବାଳାଶ୍ରମରେ ୧୦ବର୍ଷର ନାବାଳକକୁ ବାଡେଇଲେ ବାବା

ଆଶ୍ରମ ବାବାଙ୍କ ନାଁ ରେ ସାଙ୍ଘାତିକ ଅଭିଯୋଗ।୧୦ ବର୍ଷର ଶିଶୁକୁ ମାଡ଼ ମାରିଲେ ବାବା।କେବଳ ପିଲାଟିର ଦୋଷ ଏତିକି ଥିଲା କି ଠିକ୍ ସମୟରେ ଗାଈକୁ ଖାଇବାକୁ ଦେଇ ପାରି ନ ଥିଲା।ଆଉ ଦୋଷ ଏତିକି ଥିଲା ମୁଣ୍ଡରେ ଚିତା ଚୈତନ୍ କରି ନଥିଲା।ଆଉ ସେଥିପାଇଁ ୧୦ ବର୍ଷର ଶିଶୁ ରୋହିତ ଦାସଙ୍କୁ ଅମାନୁଷିକ ଭାବରେ ମାଡ଼ ମାରିଥିଲେ ବାବା ମୁରାରି ଦାସ।

ମାଡ଼ ଏମିତି ହୋଇଥିଲା କି ଦାନ୍ତରେ ଯନ୍ତ୍ରଣା ଏବେ ବି ରହିଛି।ବାବାଙ୍କ ନିର୍ଯାତନା ଏତେ ଅସହ୍ୟ ହେଲା ଯେ ଭୟରେ ଆଶ୍ରମ ଛାଡ଼ି ପଳାଇଥିଲା ରୋହିତ।ଆଉ ସିଧା ପହଞ୍ଚିଥିଲା ରେଳ ଷ୍ଟେସନରେ।ରେଳ ଷ୍ଟେସନ ନିକଟରେ ଜଣେ ହୋଟେଲ ବ୍ୟବସାୟୀ ସୁରକ୍ଷିତ ଭାବେ ରୋହିତକୁ ରଖିଥିଲେ।ଏପଟେ ବାବାଙ୍କର ଏପରି କରାନାମା ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ରୋହିତ ଙ୍କ ବାପା ଓ ମାଅା।ପୋଲିସ ରୋହିତଙ୍କୁ ଉଦ୍ଧାର କରି ବାପା ମା ଙ୍କୁ ଦେଇଛି|

ତେବେ ବାବା ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ରୋହିତ ଙ୍କ ବାପା ମା।ରୋହିତ ଙ୍କ ଶରୀର ପରୀକ୍ଷା କରାଯାଇ ମହର୍ଷି ଦୟାନିଧି ସର୍ଭିସ ମିଶନ ଓପନ୍ ସେଲ୍ଟର ହୋମ ରେ ରଖାଯାଇଛି।

Leave a Reply

Your email address will not be published. Required fields are marked *