ଆଖିରୁ ବୋହୁଥିଲା ଧାର ଧାର ଲୁହ,ବାପା ମା କହୁଥିଲେ ଆମେ ଗର୍ବିତ ଆମ ପୁଅ ଦେଶ ପାଇଁ ସହିଦ ଦେଇଛି

ଓଡ଼ିଶାରେ ପହଞ୍ଚିଛି ଶହିଦ ହେଇଥିବା ଓଡ଼ିଆ ଯବାନ ହେମନ୍ତ ପଣ୍ଡା ଙ୍କ ମର ଶରୀର I ସବୁଆଡେ ଶୋକର ଛାୟା I ତେବେ ଏକମାତ୍ର ସନ୍ତାନ କୁ ହରାଇ ଅଧର୍ଯ୍ୟ ହେଇପଡ଼ିଛନ୍ତି ବାପା ମା ତଥାପି ଜଣେ ଶହୀଦ ର ବାପା ହିସାବରେ ହେମନ୍ତ ଙ୍କ ବାପା ଦୀପକ ପଣ୍ଡା କହିଛନ୍ତି ଯେ ମୁଁ ଗର୍ବିତ ମୋ ପୁଅ ଦେଶ ପାଇଁ ଜୀବନ ଦେଇଛି I ଜୀବନରେ ମୁଁ ଯାହା କରିପାରିନଥିଲି ମୋ ପୁଅ କରିକି ଦେଖାଇଲା I ତେବେ ଯାହାହେଲେ ବି ବାପାର ହୃଦୟ କେମିତି ସମ୍ଭାଳିବ !!ଆଖିରୁ ଧାର ଧାର ଲୁହ ବୋହିଯାଉଥିଲା ,ଛାତିରୁ କୋହ ଉଠିଆସୁଥିଲା I

ଅନ୍ୟପଟେ ମା ମଧ୍ୟ ବାହୁନି ବାହୁନି କାନ୍ଦୁଥିଲେ ନିଜ ପୁଅକୁ ହରାଇ I ସୂଚନା ଥାଉ କି ଗତକାଲି ସାଧାରଣତନ୍ତ୍ର ଦିବସ ରେ ଜମ୍ମୁ-କଶ୍ମୀରର ବାରମୁଲା ସୀମାରେ ଆତଙ୍କବାଦୀ ଙ୍କ ଗୁଳିରେ ଓଡ଼ିଆ ଯବାନ ହେମନ୍ତ କୁମାର ପଣ୍ଡା ଶହୀଦ ହେଇଯାଇଥିଲେ ତାଙ୍କ ଘର ଖୋର୍ଦ୍ଧା ଜିଲା ଅନ୍ତର୍ଗତ ବେଗୁନିଆ ବ୍ଲକ ର ଅଠାରଙ୍ଗ ଗ୍ରାମରେ I

ହେମନ୍ତଙ୍କୁ ମାତ୍ର 23ବର୍ଷ ହେଇଥିଲା I ଏବଂ ସେ ପରିବାର ର ଗୋଟିଏ ବୋଲି ପୁଅ ଥିଲେ I

Leave a Reply

Your email address will not be published. Required fields are marked *