ବିଦ୍ୟାଳୟ ବାର୍ଷିକ ଉତ୍ସବରେ ସରକାରୀ ପ୍ରଚାର କରିବାରୁ ବିଜେଡି ଜିଲ୍ଲା ପରିଷଦ ସଭ୍ୟା ଙ୍କୁ ଆଣ୍ଠେଇଲେ ଜନସାଧାରଣ

ଚାରିଆଡେ ଏବେ ଚାଲିଛି କାଳିଆ ଚର୍ଚ୍ଚା I ତେବେ ଏହି କାଳିଆ ପାଇଁ ଯେ ଜଣେ ଜିଲ୍ଲା ପରିଷଦ ସଭ୍ୟା ଙ୍କୁ ହଟହଟା ହେବାକୁ ପଡିବ ତାହା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ର ଏରସମା ଢ଼ିଙ୍କିଆ ରେ I ବିଦ୍ୟାଳୟ ର ବାର୍ଷିକ ଉତ୍ସବ ରେ ସରକାରୀ ଯୋଜନା କାଳିଆର ପ୍ରଚାର କରିବା ପଡିଛି ମହଙ୍ଗା ଯେଉଁଥିପାଇଁ ଜିଲ୍ଲା ପରିଷଦ ସଭ୍ୟା ପୋଲିସ ଙ୍କ ଉପସ୍ଥିତି ରେ ଆଣ୍ଠେଇ ଭୁଲ ମାଗିଥିଲେ ଏବଂ ଖାଲି ପାଦ ରେ ଚାଲି ଚାଲି ଯାଇଥିଲେ

ମିଳିଥିବା ସୂଚନା ଅନୁଯାଇ ଢ଼ିଙ୍କିଆ କପ୍ତେଶ୍ୱର ବିଦ୍ୟାପୀଠ ର ବାର୍ଷିକ କ୍ରୀଡା ଉତ୍ସବ ରେ ସ୍ଥାନୀୟ ସରପଞ୍ଚ ଓ ସମିତିସଭ୍ୟ ଙ୍କୁ ଏହି ଉତ୍ସବ ରେ ଦେଖିବାକୁ ମିଳିନଥିଲା। ସରପଞ୍ଚ ଏବଂ ସମିତିସଭ୍ୟ ଆସିନଥିବାରୁ ସ୍ଥାନୀୟ ଲୋକେ ଉତ୍ୟକ୍ତ ହେଇଥିଲେ I ଏହା ଏକ ବହୁ ପୁରାତନ ବିଦ୍ୟାଳୟ ପ୍ରାୟତ ୧୯୮୭ ମସିହାରୁ ବିଦ୍ୟାଳୟ ପ୍ରତିଷ୍ଠା ଦିନଠାରୁ କୌଣସି ଦଳ ମତ ନରହି ସମସ୍ତେ ଯୋଗ ଦେଇଥାନ୍ତି କିନ୍ତୁ ଏଥର ବିଦ୍ୟାଳୟ ବାର୍ଷିକ ଉତ୍ସବ ରେ ରାଜନୀତି ପସିଯାଇଥିବା ଲୋକେ ଅଭିଯୋଗ କରିଥିଲେ I

ତେବେ ଲୋକେ ଉତ୍ୟକ୍ତ ହେଉଥିବା ସମୟରେ ମଞ୍ଚରେ ଦେଖିବାକୁ ମିଳିଥିଲା କେବଳ ସାଶକ ଦଳର ନେତାଙ୍କୁ I ଉପସ୍ଥିତ ଜିଲ୍ଲାପରିଷଦ ସଭ୍ୟା ସରକାରୀ ଯୋଜନା ବିଷୟରେ ବିଦ୍ୟାଳୟ ବାର୍ଷିକଉତ୍ସବ ରେ ପ୍ରଚାର କରିବାରୁ ସ୍ଥାନୀୟ ଲୋକେ ଜିଲ୍ଲାପରିଷଦ ଙ୍କ ଏହି ଭାଷଣ କୁ ଜୋରଦାର ବିରୋଧ କରିଥିଲେ। ଏଫଳରେ ରାଗିଯାଇ ଜିଲ୍ଲାପରିଷଦ ସଭ୍ୟI ଲୋକମାନଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହେଇଥିଲା ଏବଂ ପରିସ୍ଥିତି ଅଣାୟତ୍ତ ହେଇଯାଇଥିଲା I

ଘଟଣା ଉଗ୍ର ରୂପ ନେବାରୁ ଜିଲ୍ଲାପରିଷଦ ସଭ୍ୟା ଭୁଲ ମାଗିଥିଲେ ତଥାପି ଲୋକେ ନଛାଡ଼ିବାରୁ ଶେଷରେ ନିଜର ବିବାଦୀୟ ମନ୍ତବ୍ୟ ପାଇଁ ଆଣ୍ଠେଇ ଭୁଲ ମାଗିଥିଲେ। ଏହାସହ ଖାଲିପାଦରେ ଚାଲି ଚାଲି ଯାଇଥିଲେ ଜିଲାପରିଷଦ ସଭ୍ୟା I ଏସବୁ ପୋଲିସଙ୍କ ଉପସ୍ଥିତି ରେ ହେଇଥିଲେ ମଧ୍ୟ ଘଟଣା ଅଣାୟତ୍ତ ଥିବାରୁ ବାଧ୍ୟ ହୋଇ ଚୁପ ରହିଥିଲେ ପୋଲିସ ବାହିନୀ I ତେବେ ଘଟଣା କୁ ନେଇ କୌଣସି ଲିଖିତ ଅଭିଯୋଗ ହେଇନଥିଲେ ମଧ୍ୟ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି I

Leave a Reply

Your email address will not be published. Required fields are marked *