ସ୍ବାଧୀନତା ସଂଗ୍ରାମୀଙ୍କ ପାଦ ଛୁଇଁ ପ୍ରଣାମ କଲେ ରାଜ୍ୟପାଳ

ସେ ରାଜ୍ୟର ମୁଖ୍ୟ ,ରାଜ୍ୟପାଳ ତଥାପି ନା ତାଙ୍କର ଅଛି ଗର୍ବ ନା ପଦବୀ ର ଅହଂକାର I ଜଣେ ସାଧାରଣ ବ୍ୟକ୍ତିଙ୍କ ପରି ପରିଚୟ ଦେଇଥିଲେ ଏହି ଅସାଧାରଣ ବ୍ୟକ୍ତି I ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ରାଜଭବନ ରେ ମହାନ୍ ସଂଗ୍ରାମୀଙ୍କ ମାନଙ୍କ ପାଖରେ ମୁଣ୍ଡ ନୁଆଇଁ ସମସ୍ତଙ୍କ ପାଦ ସ୍ପର୍ଶ କରି ପ୍ରଣାମ କରିଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ।ଓଡିଶା ଇତିହାସ ରେ ଏକ ନୂଆ ଘଟଣା I

ଉପସ୍ଥିତ ଥିବା ଲୋକମାନେ ନିଜ ଆଖିକୁ ବିଶ୍ୱାସ କରିପାରିନଥିଲେ I ରାଜ୍ୟପାଳ ଙ୍କ ମହାନୁଭବତା ଆଗରେ ଶ୍ରଦ୍ଧା ଏବଂ ଭକ୍ତିରେ ସମସ୍ତଙ୍କ ମୁଣ୍ଡ ନଇଁଯାଇଥିଲା I
ଦେଶ 70ତମ ସ୍ୱାଧୀନତା ପାଳନ କରୁଛି କିନ୍ତୁ ଯେଉଁମାନଙ୍କର ଅବଦାନ ରହିଛି ସେହି ମହାନାୟକ ସଂଗ୍ରାମୀ ମାନଙ୍କ ମଧ୍ୟରୁ ଯେଉଁମାନେ ବି ବଞ୍ଚିଛନ୍ତି ସେମାନେ ସର୍ବଦା ଆମର ନମସ୍ୟ

I ତାଙ୍କ ପାଦ ସ୍ପର୍ଶ ରେ ଆମ ସନମାନ ହାନି ହୁଏନା ବରଂ ଆଶୀର୍ବାଦ ମିଳେ ଏପରି କିଛି ବାର୍ତା ଦେଇଥିଲେ ମହାନୁଭବ ରାଜ୍ୟପାଳ I

Leave a Reply

Your email address will not be published. Required fields are marked *