ଓଡିଶା ଆସିବେ ପ୍ରିୟଙ୍କା ।

ପ୍ରିୟଙ୍କା ଏଆଇସିସି ସାଧାରଣ ସମ୍ପାଦିକା ର ପଦ ସମ୍ଭାଳିବା ଏବେ ସୋସିଆଲ ମିଡ଼ିଆ ଠାରୁ ଆରମ୍ଭ କରି ଗଣମାଧ୍ୟମ ଯାଏଁ ସବୁଠି ତାଙ୍କ ଚର୍ଚ୍ଚା ଚାଲିଛି I ନିକଟରେ ରାହୁଲ ଗାନ୍ଧୀ ଓଡିଶା ଆସି ଫେରିଯାଇଥିବା ବେଳେ ପ୍ରିୟଙ୍କା ଙ୍କୁ ନେଇ ଜୋରଦାର ଚର୍ଚ୍ଚା I ଖୁବ ଶୀଘ୍ର ଓଡିଶା ଆସିବେ ପ୍ରିୟଙ୍କା ଗାନ୍ଧୀ I ଅବଶ୍ୟ ଏନେଇ ପ୍ରିୟଙ୍କା କୌଣସି ସୂଚନା ଦେଇନଥିଲେ ମଧ୍ୟ କଂଗ୍ରେସ ନେତା ତାରIବାହିନୀ ପତି କହିଛନ୍ତି ଯେ ପ୍ରିୟଙ୍କା ଙ୍କୁ ଓଡିଶା କୁ ନିମନ୍ତ୍ରଣ କରାଯାଇଛି I ଓଡିଶା ଆସିବେ ହଁ କରିଛନ୍ତି ପ୍ରିୟଙ୍କା ତେବେ କେବେ ଆସିବେ ସେ ନେଇ ଚୂଡାନ୍ତ ହେଇପାରିନାହିଁ I ଅନ୍ୟପକ୍ଷରେ ଆସନ୍ତା ମାସ ଫେବୃଆରୀ ରେ ରାହୁଲ ପୁଣିଥରେ ଓଡିଶା ଆସୁଥିବାରୁ ପ୍ରିୟଙ୍କା ବି ଆସିପାରନ୍ତି ବୋଲି ଚର୍ଚ୍ଚା ହେଉଛି I

Leave a Reply

Your email address will not be published. Required fields are marked *