ପାକିସ୍ତାନରେ ନ୍ୟାୟ ଦେବେ ପ୍ରଥମ ହିନ୍ଦୁ ମହିଳା :ପାକିସ୍ତାନରେ ଜଜ୍ ହେଲେ ହିନ୍ଦୁ ମହିଳା ସୁମନ୍ ବୋଡ଼ାନୀ

ସାଧାରଣତଃ ପାକିସ୍ତାନ ଏବଂ ଭାରତ ମଧ୍ୟରେ ଅହି ନକୁଳ ସମ୍ପର୍କ I ଯେଉଁଥିପାଇଁ ଉଭୟ ଦେଶ ମଧ୍ୟରେ ସମ୍ପର୍କ ଖରାପ I ତେବେ ଭାରତ ର ବିରୋଧୀ ପାକିସ୍ତାନ ରେ ପ୍ରଥମ କରି ଜଣେ ହିନ୍ଦୁ ମହିଳା ନ୍ୟାୟ ବ୍ୟବସ୍ତା ସମ୍ବାଳିଛନ୍ତି I ପ୍ରଥମ ହିନ୍ଦୁ ମହିଳା ଜଜ୍ ଭାବରେ ପାକିସ୍ତାନ ରେ ସୁମନ୍ ବୋଡ଼ାନୀ ବିରଳ ସଫଳତା ହାସଲ୍ କରିପାରିଛନ୍ତି। ସିଭିଲ୍ ଜଜ୍ ଏବଂ ନ୍ୟାୟିକ୍ ମାଜିଷ୍ଟେଟର ପରୀକ୍ଷାରେ ମେରିଟ୍ ଲିଷ୍ଟରେ ସୁମନ୍ ୫୪ତମ ସ୍ଥାନ ହାସଲ୍ କରି ଏହି ବିରଳ ସଫଳତା ପାଇଛନ୍ତି I ସୁମନ ଙ୍କ ସଫଳତାରେ ସବୁଆଡୁ ପ୍ରସଂଶା ର ସୁଅ ଛୁଟିବାରେ ଲାଗିଛି I

Leave a Reply

Your email address will not be published. Required fields are marked *