ଚିଟଫଣ୍ଡ ମାମଲାରେ ବିଜେଡି ର ଦୁଇ ନେତାଙ୍କୁ ସିବିଆଇ ନୋଟିସ ପରେ ବିଜେପି ର ଦୁଇ ନେତାଙ୍କୁ ପୋଲିସ ର ନୋଟିସ

ଆଗକୁ ନିର୍ବାଚନ ଆସୁଥିବା ବେଳେ ଗତକାଲି ଅମିତ ଶାହା ଓଡିଶା ଆସି ଫେରିଯାଇଛନ୍ତି I ତେବେ ଅମିତ ଶାହା ଆସୁ ଆସୁ ପୁଣି ଥରେ ଫେରିଛି ସିବିଆଇ I ଚିଟଫଣ୍ଡ ମାମଲାରେ ବିଜେଡି ର ଦୁଇ ପାୱାର ଫୁଲ ନେତା ଅରୁଣ ସାହୁ ଏବଂ ଅତନୁ ସବ୍ୟସାଚୀ ନାଏକଙ୍କୁ ସିବିଆଇ ପକ୍ଷରୁ ନୋଟିସ ଜାରୀ କରାଯାଇଥିବା ବେଳେ ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି I ସେପଟେ ସିବିଆଇ ନୋଟିସ ପରେ ବିଜେପି ର ଦୁଇ ନେତା ଗୋଲକ ମହାପାତ୍ର ଏବଂ ଭୃଗୁ ବକ୍ସିପାତ୍ରଙ୍କୁ ଛତ୍ରପୁର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ଥାନାରେ ଫେବୃଆରୀ ୭ ଏବଂ ୯ତାରିଖରେ ହାଜର ହେବା ପାଇଁ ପୋଲିସ ପକ୍ଷରୁ ନୋଟିସ ଦିଆଯାଇଛି I

ଏହାକୁ ନେଇ ଏବେ ରାଜ୍ୟ ରାଜନୀତି ରେ ଜୋରଦାର ଚର୍ଚା I ସମାଲୋଚନା ହେଉଛି କି କେନ୍ଦ୍ର ର ସିବିଆଇ Vs ରାଜ୍ୟର ପୋଲିସ I

Leave a Reply

Your email address will not be published. Required fields are marked *