ବିଦ୍ୟୁତ ଚୋରି କରି ଧରାପଡିଲେ ପୁରୀ ଜେଲର : ଜେଲର ଙ୍କ ନାମରେ ଥାନାରେ ଏତଲା ଦେଲା ଫେଡ଼କୋ

ଦିନକୁ ଦିନ ବିଦ୍ୟୁତ ଚୋରି ନକରିବା ପାଇଁ ବିଦ୍ୟୁତ ବିଭାଗ ପକ୍ଷରୁ ସଚେତନ କରାଯାଉଥିଲେ ମଧ୍ୟ ଏହା ଯେପରି କୌଣସି ପ୍ରଭାବ ପଡୁନାହିଁ କିଛି ବ୍ୟକ୍ତି ବିଶେଷ ଙ୍କ ଉପରେ I ତେବେ ପୁରୀ ଜିଲ୍ଲାରେ ଘଟିଛି ଏପରି ଏକ ଘଟଣା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି I ପୁରୀ ଜେଲର ବିଦ୍ୟୁତ ଚୋରି କଣ ଧରିବେ ଚୋରି କରି ଧରାପଡ଼ିଛନ୍ତି I ମିଳିଥିବା ସୂଚନା ଅନୁଯାଇ ପୁରୀ ଜିଲ୍ଲା ର ବିଦ୍ୟୁତ ରକ୍ଷଣା ବେକ୍ଷଣ ଦାୟିତ୍ୱ ନେଇଥିବା ସଂସ୍ଥା ଫେଡ଼କୋ ଦ୍ୱାରା ଧରାପଡ଼ିଛନ୍ତି ଜେଲର I

ଏନେଇ ମିଳିଥିବା ସୂଚନା ଅନୁଯାଇ ପୁରୀ ଶାଖା ପରିଚାଳକ ଅମୀୟ କୁମାର ବେଉରା ସୂଚନା ଦେଇ କହିଛନ୍ତି ଯେ ଦୀର୍ଘ ଦିନ ଧରି ପୁରୀ ଜେଲର ଦିଲୀପ ଜେନା ଙ୍କ ଘରେ ବିଦ୍ୟୁତ ସଂଯୋଗ ନଥିଲା I ବିଦ୍ୟୁତ ସଂଯୋଗ ନେବା ପରିବର୍ତେ ପଡୋଶୀ ଜୟବିହାରୀ ରାଉତରାୟ ଙ୍କ ଘରୁ ବିଦ୍ୟୁତ ନେଇ ବ୍ୟବହାର କରୁଥିଲେ I ଚୁକ୍ତି ଅନୁଯାଇ 1କିଲୋୱାଟ ର ବିଜୁଳି ବ୍ୟବହାର କରିପାରିବେ ରାଉତରାୟ କିନ୍ତୁ ଜଣାପଡିଥିଲା ଯେ ସେ ପାଖାପାଖି 5କିଲୋୱାଟ ରୁ ଉର୍ଧ ବିଦ୍ୟୁତ ବ୍ୟବହାର କରୁଥିଲେ I ଘଟଣାକୁ ପୁଙ୍ଖାନୁପୁଙ୍ଖ ତର୍ଜମା କରାଯାଇ ଅମୀୟ କୁମାର ବେଉରା ଙ୍କ ତତ୍ୱାବଧାନ ରେ

ଏକ ଟିମ୍ ଚଢ଼ାଉ କରି ଜେଲର ଙ୍କ ଘରୁ ବିଦ୍ୟୁତ ସଂଯୋଗ ବିଛିର୍ଣ୍ଣ କରି ତାଙ୍କ ନାମରେ ବିଦ୍ୟୁତ ଥାନାରେ ଏତଲା ଦେବାକୁ ସ୍ଥିର କରିଥିବା ବେଳେ ଶୁଣାଯାଉଛି କି ବିଦ୍ୟୁତ ଚୋରି କରିଥିବା ଜେଲର ନିଜର ପାୱାର ବ୍ୟବହାର କରି ଉପରୁ ଚାପ ପକାଉଛନ୍ତି ଘଟଣାକୁ ରଫାଦଫା କରିବାକୁ I

ଏଭଳି କ୍ଷେତ୍ର ରେ ଜେଲର ଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା କେବଳ ଦେଖିବାର କଥା I ତେବେ ଫେଡ଼କୋ ଏବଂ ମ୍ୟାନେଜର ଅମୀୟ ବେଉରା ଙ୍କ ଏଭଳି ପଦକ୍ଷେପ କୁ ପୁରୀବାସୀ ସ୍ୱାଗତ କରିବା ସହ ପ୍ରସଂଶା କରିଛନ୍ତି I

Leave a Reply

Your email address will not be published. Required fields are marked *