ପ୍ରେମ କରି ଧୋକା ଖାଇ ଖୋଲିଲେ ଚାହା ଦୋକାନ: ନାମ ଦେଲେ ବେବୋଫା ଚାହା ବାଲା

‘ ବେବୋଫା ଚାହା ବାଲା ‘ ଏହି ନାମ ଶୁଣି ଆପଣମାନଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ।ଆପଣମାନେ ଭାବୁଥିବେ ଏମିତି ନାମର ଅର୍ଥ କଣ।ଲକ୍ଷ୍ନୌ ରେ ଏମିତି ଏକ ଚାହା ଦୋକାନୀ ଅଛି ଯିଏ କି ଯୁବପିଢି ଙ୍କ ପାଇଁ ଖାସ୍ ପସନ୍ଦ ପାଲଟିଛି ଯାହାର ନାମ ବେବୋଫା ଚାହା ବାଲା ନାମରେ ବେଶ୍ ପରିଚିତ।ଖାସ୍ କଥା ହେଲା କି ଏଠାରେ ପ୍ରେମୀ ଯୁଗଳ ଏବଂ ପ୍ରେମରେ ପ୍ରତାରିତ ହୋଇଥିବା ଲୋକଙ୍କ ପାଇଁ ଚାହାର ମୂଲ୍ୟ ଅଲଗା ଅଲଗା ରହିଛି।

ପ୍ରକୃତରେ ଏହି ଚାହା ଦୋକାନୀଙ୍କ ନାମ ହେଉଛି ଆଦିତ୍ୟ ସିଂହ।ଏବଂ ସେ କୁହନ୍ତି ତାଙ୍କର ପ୍ରେମରେ ଯେତେବେଳେ ହୃଦୟ ଭାଙ୍ଗିଥିଲା ସେ ଚା ଦୋକାନ ଖୋଲିବାକୁ ନିଷ୍ପତି ନେଇଥିଲେ।ଏହି ଦୋକାନରେ କେବଳ ଚାହାର ନୁହେଁ ଅନ୍ୟ ସାମଗ୍ରୀର ମଧ୍ୟ ଅଜବ ନାମକରଣ କରାଯାଇଛି ଯେପରି ବକୱାସ୍ ମ୍ୟାଗି, ବେଇମାନ୍ ମାଇକ୍ରୋନି ଏବଂ ବଦନାମ୍ କଫି ଭଳି ଅଜବ ଗଜବ୍ ନାମ ରହିଛି।ଆଦିତ୍ୟ କୁହନ୍ତି ତାଙ୍କ ପ୍ରେମିକା ଙ୍କୁ ଏପରି ନାମ ବହୁତ୍ ପସନ୍ଦ ଥିଲା।

Leave a Reply

Your email address will not be published. Required fields are marked *