ରହସ୍ୟମୟ ଭାବରେ ବଢୁଛି ଏହି ଶିବ ଲିଙ୍ଗ ର ଆକାର ଏବଂ ଶୁଣା ଯାଉଛି ଅଦ୍ଭୁତ ଶବ୍ଦ

ଛତିଶଗଡ ରେ ଗିରିଆବନ୍ଦ ଜିଲ୍ଲା ରେ ମାରୋଦ ଗାଆଁ ଅବସ୍ଥିତ। ସେଠାରେ ନିଘଞ୍ଚ ଅରଣ୍ୟ ରେ ଏକ ଶିବଲିଙ୍ଗ ପ୍ରାକୃତିକ ଭାବରେ ରହିଛି। ଭୂତେଶ୍ୱର ନାଥ ଏହି ପ୍ରସିଦ୍ଧ ଶିବଲିଙ୍ଗ ବିଶ୍ଵ ର ସବୁଠାରୁ ବୃହତ୍ ଶିବଲିଙ୍ଗ ଭାବରେ ଖ୍ୟାତ। ଏହି ଶିବଲିଙ୍ଗ ସହିତ ରହିଛି କିଛି ଅଦ୍ଭୁତ ରହସ୍ୟ।
ପ୍ରତିବର୍ଷ ଏହି ଲିଙ୍ଗ ର ଆକାର ବୃଦ୍ଧି ଘଟିଥାଏ। ଶିବଲିଙ୍ଗ ଙ୍କ ଆକାର ବଢିବା ଶ୍ରଦ୍ଧାଳୁ ଙ୍କ ପାଇଁ ଆଜି ବି ରହସ୍ୟ ହୋଇ ରହିଛି। ପ୍ରତିବର୍ଷ ଶ୍ରାବଣ ମାସ ସୋମବାର ରେ ଲକ୍ଷ ଲକ୍ଷ କାଉଡ଼ିଆ ଓ ଶ୍ରଦ୍ଧାଳୁ ଭକ୍ତ ମାନେ ଏଠାକୁ ଜଳ ଅର୍ପଣ କରିବାକୁ ଚାଲି ଚାଲି ଆସିଥାନ୍ତି। ପ୍ରତ୍ୟେକ ବର୍ଷ ୬ ରୁ ୮ ଇଞ୍ଚ୍ ବୃଦ୍ଧି ପାଉଥିବା ଏହି ଶିବଲିଙ୍ଗ ର ଚମତ୍କାରିତା ଦେଖି ଲୋକଙ୍କର ଶିବଙ୍କ ପ୍ରତି ଶ୍ରଦ୍ଧା ଓ ଭକ୍ତି ଜାଗ୍ରତ ହୋଇଥାଏ। ଶିବଲିଙ୍ଗ ର ଆକାର ଆପେ ଆପେ ବଢ଼ିଥାଏ। ଏହାର ଉଚ୍ଚତା ୧୮ ଫୁଟ ଓ ଗୋଲେଇ ୨୦ ଫୁଟ। ପ୍ରତିବର୍ଷ ଏହାର ଉଚ୍ଚତା ମପିଲେ ଜଣାଯାଏ ଯେ ଏହାର ଉଚ୍ଚତା ୬ ରୁ ୮ ଇଞ୍ଚ୍ ବଢ଼ିଥାଏ।


ଏହି ଶିବଲିଙ୍ଗ ବିଷୟରେ କୁହାଯାଏ ଯେ ଶହେ ବର୍ଷ ପୂର୍ବରୁ ଏଠାରେ ଶୋଭା ସିଂହ ନାମରେ ଜଣେ ଜଣେ ବ୍ୟକ୍ତି ସନ୍ଧ୍ୟା ରେ କ୍ଷେତକୁ ଯାଉଥିଲେ। ସେଠାରେ ଶିବଲିଙ୍ଗ ଥିବା ପାହାଡ ଉପରୁ ଏକ ଷଣ୍ଢ ର ଗର୍ଜନ ଶୁଣାଯାଉଥିଲା।
ସ୍ଥାନୀୟ ଲୋକଙ୍କ ଅନୁସାରେ ଏହି ଶିବଲିଙ୍ଗ ର ଆକାର ଛୋଟ ଥିଲା କିନ୍ତୁ ସମୟ ଅନୁସାରେ ଏହାର ଆକାର ବୃଦ୍ଧି ପାଇବାରେ ଲାଗୁଛି।


ଛତିଶଗଡ଼ି ଭାଷାରେ ଗର୍ଜନ କୁ ଭର୍କୁରା କୁହାଯାଏ। ତେଣୁ ଏଥି ପାଇ ଏହି ସ୍ଥାନ ର ନାମ ଭୂତେଶ୍ୱରାନାଥ, ଭାର୍କୁରା ମହାଦେବ ଭାବରେ ପରିଗଣିତ ହୋଇଛି। ପୁରାଣ ଅନୁସାରେ ଏହି ଅଦ୍ଭୁତ ଲିଙ୍ଗ କୁ ପୂଜା କରିବା ଦ୍ୱାରା ଶ୍ରଦ୍ଧାଳୁଙ୍କ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଏହି ଶିବ ଲିଙ୍ଗ ଘଞ୍ଚ ଅରଣ୍ୟ ମଧ୍ୟରେ ରହିଛି। ଏଠାକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଦର୍ଶନ କରିବାକୁ ଆସିଥାନ୍ତି। ଅଧିକାଂଶ ଲୋକ ଏଠାକୁ ଲିଙ୍ଗ ର ଆକାର ବୃଦ୍ଧି ଦେଖିବାକୁ ଆସିଥାନ୍ତି।

Leave a Reply

Your email address will not be published. Required fields are marked *