ଚିଟଫଣ୍ଡ ମାମଲାରେ ସାଢେ ୪ବର୍ଷ ପରେ ଡାକୁଥିବାରୁ ବହୁତ ଉତ୍ସାହିତ ରହିଛି :ଅରୁଣ ସାହୁ

ସି ସୋର ଚିଟଫଣ୍ଡ ମାମଲାରେ କିଛିଦିନ ତଳେ ସିବିଆଇ ତରଫରୁ ବିଜେଡିର ଦୁଇ ଜଣ ଟାଣୁଆ ନେତା ବିଧାୟକ ଅରୁଣ ସାହୁ ଓ ଅତନୁ ସବ୍ୟସାଚୀ ନାୟକଙ୍କୁ ହାଜର ହେବା ପାଇଁ ଡକାଯାଇଥିଲା I ଦୁଇଜଣ ହାଜର ନହେବା ପରେ ଦ୍ୱିତୀୟ ଥର ପୁଣିଥରେ ନୋଟିସ ପଠାଇଥିଲା ସିବିଆଇ I ତେବେ ଏହାପରେ ମୁଁହ ଖୋଲିଛନ୍ତି ବିଜେଡ଼ର ଏହି ଟାଣୁଆ ନେତା I କହିଛନ୍ତି କି ସିବିଆଇ ଦୀର୍ଘ ସାଢେ ଚାରିବର୍ଷ ପରେ ଡ଼କାଇଥିବାରୁ ସେ ବହୁତ ଉତ୍ସାହିତ ଅଛନ୍ତି ଏବଂ ଉତ୍କଣ୍ଠା ରହିଛି I ତେବେ ଖୁବ ଶୀଘ୍ର ସେ ହାଜର ହେଇ ନିଜର ପକ୍ଷ ରଖିବେ ବୋଲି ଗଣମାଧ୍ୟମ ରେ ପ୍ରତିକ୍ରିୟା ରଖିଛନ୍ତି I

Leave a Reply

Your email address will not be published. Required fields are marked *