ଆସିଗଲା କ୍ୟାନ୍ସର ର ପାୱାରଫୁଲ ଔଷଧ : ୨୦୨୦ ସୁଦ୍ଧା ପୃଥିବୀରୁ ସମୂଳେ ନାଶ ହେବ କ୍ୟାନ୍ସର ।

କ୍ୟାନ୍ସର ହେଉଛି ଏଭଳି ଏକ ମାରାତ୍ମକ ରୋଗ ,ଯେଉଁଥିରେ ବ୍ୟକ୍ତିର ବଞ୍ଚିବା ଦୁର୍ବିସହ ହେଇପଡ଼େ Iଏହାର ଚିକିତ୍ସା ପାଇଁ ମଧ୍ୟ ବହୁ ଅର୍ଥ ଆବଶ୍ୟକ ହେଇଥାଏ I ତେଣୁ ଗରିବ ଲୋକମାନଙ୍କ ପାଇଁ କ୍ୟାନ୍ସର ରୁ ଭଲ ହେବା ଏତେ ସହଜ ନୁହେଁ Iବର୍ତମାନ ସାରା ବିଶ୍ୱ ପାଇଁ ଏବେ କ୍ୟାନ୍ସର ଚିନ୍ତାଜନକ ସାଜିଛି I ଆଧୁନିକ ଯୁଗରେ ପରିବର୍ତ୍ତିତ ଜୀବନ ଶୈଳୀ ମଧ୍ୟ କିଛିପରିମାଣରେ କ୍ୟାନସର ପାଇଁ ଦାୟୀ I ସାଧାରଣତଃ କ୍ୟାନ୍ସର ହେବା ସମୟରେ ପ୍ରାଥମିକ ପର୍ଯ୍ୟାୟରେ ଲୋକମାନେ ଜାଣିପାରିନଥାନ୍ତି I ଏହା ଜଣାପଡିଲା ବେଳକୁ ଶେଷ ଅବସ୍ଥା ହେଇଯାଇଥାଏ ତେଣୁ ବରୋଗୀକୁ ବଞ୍ଚେଇବା ଏତେ ସହଜ ହେଇପାରିନଥାଏ

I ଶରୀର ରେ ସାଧାରଣତଃ ବିଭିର୍ଣ୍ଣ ପ୍ରକାର କ୍ୟାନ୍ସର ହେଇଥାଏ ଯଥା ,ଲିମ୍ଫୋମା,ଅନ୍ତନଳୀ କ୍ୟାନସର, ଥାଇରଏଡ କ୍ୟାନସର,ରକ୍ତ କ୍ୟାନସର,ମୁଖ ଗହ୍ଵର କ୍ୟାନସର,ଖାଦ୍ୟନଳୀ କ୍ୟାନସର ,ପାକସ୍ଥଳୀ କ୍ୟାନସର,,ଯକୃତ କ୍ୟାନସର,ମଲ୍ ଟିପ୍ଲ ମାଏଲୋମା,ଫୁସ୍ ଫୁସ୍ କ୍ୟାନସର,ଚର୍ମ କ୍ୟାନସର,ଜରାୟୁ ଗ୍ରୀବା କ୍ୟାନସର,ସ୍ତନ କ୍ୟାନସର,ଡିମ୍ବାଶୟ କ୍ୟାନସର,ଗର୍ଭାଶୟ କ୍ୟାନସର, ଲିଙ୍ଗ କ୍ୟାନସର ,ପୌରୁଷ ଗ୍ରନ୍ଥି ବା ପ୍ରୋଷ୍ଟେଟ୍ କ୍ୟାନସର I

ତେବେ ଆଧୁନିକ ଯୁଗରେ ବିଶେଷଜ୍ଞ ମାନେ ସବୁବେଳେ ପରୀକ୍ଷା ନିରୀକ୍ଷା ଜାରି ରଖିଛନ୍ତି କିଭଳି କ୍ୟାନ୍ସର କୁ ଦୂର କରିହେବ I ଏ କ୍ଷେତ୍ରରେ ସଫଳତା ପାଇଛି ଇସ୍ରାଏଲର ଏକ ବାୟୋଟେକ୍‌ କମ୍ପାନୀ I କମ୍ପାନୀ ଦାବି କରିଛି କି ଏହାଦ୍ୱାରା ପ୍ରସ୍ତୁତ ଅତ୍ୟାଧୁନିକ ଔଷଧ ଯେ କୌଣସି କ୍ୟାନସର କୁ ମୂଳରୁ ଶେଷ କରିଦେବ I ଏହାର ଔଷଧର ମୂଲ୍ୟ ମଧ୍ୟ ବହୁତ କମ ରହିଛି ଯେପରିକି ଗରିବ ଲୋକମାନେ ଅତି ସହଜରେ ଚିକିସା ପାଇପାରିବେ I

ଆସିଲେଟେଡ୍‌ ଇଭୋଲ୍ୟୁସନ୍‌ ବାୟୋଟେକ୍ନୋଲୋଜି ଲିମିଟେଡ୍‌ ନାମକ ଏହି କମ୍ପାନୀ ପକ୍ଷରୁ ଦୀର୍ଘ ଦିନ ଗବେଷଣା କରି କ୍ୟାନ୍ସର ର କାରଣ ଏବଂ ତାକୁ ବିନାଶ କରିବାର ଔଷଧ ତିଆରି କରିଛି I ଏହାଦ୍ୱାରା କ୍ୟାନସର ଆକ୍ରାନ୍ତ ହେଇଥିବା ସେଲ୍‌ ଗୁଡିକୁ ଏହି ଔଷଧ ସମୂଳେ ନଷ୍ଟ କରି ନୂଆ ସେଲ ତିଆରି କରିବାରେ ସାହାଯ୍ୟ କରିଥାଏ I

ଖୁବ ଶୀଘ୍ର ଏହା ମଣିଷ ଶରୀର ରେ ପ୍ରୟୋଗ କରାଯିବ I କମ୍ପାନୀ ଦାବି କରିଛି ଯେ ୨୦୨୦ ସୁଦ୍ଧା ପୃଥିବୀରୁ ସମସ୍ତ ପ୍ରକାର କ୍ୟାନସର ସମୂଳେ ନାଶ କରାଯାଇପାରିବ ଏହି ଔଷଧ ର ବ୍ୟବହାର ରେ ।

Leave a Reply

Your email address will not be published. Required fields are marked *