ଆସିଗଲା ନୂଆ ୨୦୧୯ ବଜେଟ୍:ଗରିବ – ମଧ୍ୟମ ବର୍ଗ ଲୋକ ମାନଙ୍କ ପାଇଁ ଖୁସି ଖବର, ପଢନ୍ତୁ କଣ ସବୁ ଆସୁଛି ନୂଆ

ଅର୍ଥମନ୍ତ୍ରୀ ପିୟୁଷ୍ ଗୋୟିଲ୍ ଅନ୍ତରୀଣ ବଜେଟ୍ ୨୦୧୯ ଉପସ୍ଥାପନ କରିଛନ୍ତି।ସବୁଠୁ ବଡ଼ କଥା ହେଲା ଯାହା ଉପରେ ସମସ୍ତଙ୍କ ବଡ଼ ନଜର ଥିଲା ଆୟକର ଛାଡ ସୀମା ୨.୫ ଲକ୍ଷ ରୁ ବଢି ୫ ଲକ୍ଷ୍ୟକୁ କରାଯାଇଛି।ଗତ ଦୁଇ ବର୍ଷ ହେଲା ଆୟକର ଛାଡ ସୀମା ବୃଦ୍ଧି କରାଯାଇ ନ ଥିଲା ଏବଂ ପାଖାପାଖି ୫୦୦୦୦ ଏବଂ ୩୦୦୦୦ ପର୍ଯ୍ୟନ୍ତ ଆୟକର ଛାଡ ସୀମା କୋହଳ କରାଯାଉଥିବା ବେଳେ ସିଧାସଳଖ ୨ ଗୁଣା କରାଯାଇଛି।

ଏହା ଦ୍ବାରା ପ୍ରାୟ ୩ କୋଟି ଆୟକର ଦେଉଥିବା ଲୋକ ଉପକୃତ ହେବେ। ତା ସହିତ ଆଉ ଗୋଟିଏ ବଡ଼ ଘୋଷଣା କରାଯାଇଛି ଯେ ପ୍ରଧାନମନ୍ତ୍ରୀ କିଶନ ସମୃଦ୍ଧି ଯୋଜନା ଯେଉଁଥିରେ ଚାଷୀଙ୍କ ଆକାଉଣ୍ଟ୍ କୁ ସିଧାସଳଖ ୬୦୦୦ ଟଙ୍କା ବାର୍ଷିକ ଆସିବ।ତିନୋଟି କିସ୍ତିରେ ଆସିବ ୨୦୦୦ ଲେଖାଏ।ଗାଇକୁ ନେଇ ଆସିଛି ବଡ଼ ଯୋଜନା।କାମଧେନୁ ରାଷ୍ଟ୍ରୀୟ ଆୟୋଗ ଯୋଜନା।

ପଶୁ ପାଳନ ପାଇଁ ରହିଛି ଋଣ ଉପରେ ୨%ରିହାତି। ଯେଉଁ ଶ୍ରମିକ ମାନେ ମାସକୁ ୧୫୦୦୦ ଟଙ୍କା ରୋଜଗାର କରୁଛନ୍ତି ସେମାନଙ୍କୁ ରିଟାୟାଡ୍ ପରେ ମିଳିବ ୩୦୦୦ ଟଙ୍କା।ପିଏମ୍ ମତୃବନ୍ଦନାରେ ବଢିଲା ଛୁଟି ଅବଧି।ଅର୍ଥାତ୍ ଅଧା ଦରମାରେ ଅତିରିକ୍ତ ୨୬ ସପ୍ତାହ ଛୁଟି।

Leave a Reply

Your email address will not be published. Required fields are marked *