ପୁରୀରେ ସ୍ମାର୍ଟ ଚୋର :ପେଟ୍ରୋଲ କାଢ଼ିପାରିଲାନି ବୋଲି ବାଇକ୍‌ରୁ ତେଲ ଟାଙ୍କି କାଢି ନେଇଗଲା

ଆଜିକାଲି ୨ଚକିଆ ଗାଡି ବହୁ ପରିମାଣରେ ଚୋରି ହେବାରେ ଲାଗିଛି I କେବଳ ଗାଡି ନୁହେଁ ଚୋର ଗାଡି ମଟର ରୁ ତେଲ ଚୋରି କରିବା ଏକ ସାଧାରଣ ଘଟଣା ହେଇଗଲାଣି I ସ୍ମାର୍ଟ ଯୁଗରେ ସ୍ମାର୍ଟ ତରିକାରେ ତେଲ ଚୋରି କରିବାରେ ଚୋର ମଧ୍ୟ ମାହିର ହେଇଗଲେଣି I

ତେବେ ପୁରୀରେ ଦେଖିବାକୁ ମିଳିଛି ଏକ ଚକିତ ଘଟଣା I ଚୋରି କରିବାକୁ ଆସିଥିବା ଚୋର ତେଲ ନେଇନପାରି ଶେଷରେ ସମ୍ପୂର୍ଣ୍ଣ ତେଲ ଟାଙ୍କିକୁ କାଢି ନେଇଯାଇଛି I ଯାହାକି ସାରା ଅଞ୍ଚଳରେ ଚର୍ଚ୍ଚା ର ବିଷୟ ପାଲଟିଛି I ମିଳିଥିବା ସୂଚନା ଅନୁଯାଇ ଘଟଣା ଟି ପୁରୀରେ I ଏଠାରେ ରହୁଥିବା ଭାଗିରଥୀ ସେଠୀ ଜଣେ ରେଡିଓଗ୍ରାଫର ଭାବରେ କାମ କରନ୍ତି । ଗ୍ରାଉଣ୍ଡଫ୍ଲୋର ରେ ନିଜ ବାଇକ ସବୁଦିନ ରଖନ୍ତି ଭାଗିରଥି I ଗତକାଲି ମଧ୍ୟ ବାଇକ ରଖି ସୋଇଥିବା ସମୟରେ କିଛି ଦୁର୍ବୁର୍ତ ତେଲ ଚୋରି କରିବାକୁ ଆସିଥିଲେ କିନ୍ତୁ ପେଟ୍ରୋଲ ପାଇପ ରେ ଲକ ପଡ଼ିଥିବାରୁ ତେଲ କାଢି ନପାରିବାରୁ ଶେଷରେ ବାଧ୍ୟ ହେଇ ବାଇକ ରୁ ତେଲ ଟାଙ୍କି କୁ ନେଇ ପଳାଇଥିଲେ I ସକାଳୁ ଭାଗିରଥି ଦେଖିବା ପରେ ଏନେଇ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ I

Leave a Reply

Your email address will not be published. Required fields are marked *