ଭାରତରେ ହୋଇପାରେ ପବ୍‍ଜୀ ବ୍ୟାନ୍

ବର୍ତ୍ତମାନ ପବଜି ଗେମ କୁ କିଏ ବା ନଜାଣେ। ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କା ପର୍ଯ୍ୟନ୍ତ ସମସ୍ତେ ପବଜୀ ପଛରେ ପାଗଳ। ଏହାକୁ ନେଇ ଅନେକ ବିବାଦ ଉଠିବା ପରେ ବର୍ତ୍ତମାନ ଭାରତ ରେ ପବଜ୍ ଗେମ୍ କୁ ବ୍ୟାନ୍ କରିବା ନେଇ ଚର୍ଚ୍ଚା ଜୋର ରେ ଧରିଛି।
କିଛିଦିନ ତଳେ ଗୁଜରାଟ ରେ ପଵଜ୍ ଗେମ୍ କୁ ବ୍ଯାନ୍ କରାଯାଇଛି। ଏବଂ ଜମ୍ମୁ କାଶ୍ମୀର ରେ ମଧ୍ୟ ଏହାକୁ ଵ୍ୟନ୍ କରିବାକୁ ଆବେଦନ କରାଯାଇଛି। ନିକଟ ରେ ଦିଲ୍ଲୀ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ‘ ପରୀକ୍ଷା ଯେ ଚର୍ଚ୍ଚା ‘ କାର୍ଯ୍ୟକ୍ରମ ରେ ପବଜି ବିଷୟରେ ଚର୍ଚ୍ଚା କରାଯାଇଥିଲା।

ବର୍ତ୍ତମାନ ଭାରତ ରେ ୧୧ ବର୍ଷର ଜଣେ ପିଲା ପବଜି ବ୍ୟାନ୍ କରିବା ପାଇଁ ହାଇ କୋର୍ଟ ରେ ଅପିଲ କରିଛି।

ଅହମ୍ମତ୍ ନିଯାଜ୍ ନାମକ ଏହି ପିଲା ମୁମ୍ବାଇ ହାଇକୋର୍ଟ ରେ ଏକ ଜନହିତ ପିଟସନ୍ ଦାଖଲ କରି ଭାରତ ରେ ପବଜୀ ବ୍ୟାନ କରିବାକୁ ଆବେଦନ କରିଛନ୍ତି। ଅହମ୍ମଦ୍ କହିଛନ୍ତି ଯେ ‘ଏହି ଗେମ୍ ହିଂସା , ଆକ୍ରମଣ ତା କୁ ଅଧିକ କରୁଛି। ଅହମ୍ମଦ ନିଜାମ୍ ଙ୍କ ମାଆ ଜଣେ ଓକିଲ ।

ମା ‘ ଙ୍କ ସାହାଯ୍ୟ ରେ କୋର୍ଟ ରେ ପବଜୀ ଵ୍ୟାନ୍ କରିବାକୁ ଆବେଦନ କରିବାକୁ ମହମ୍ମଦ। କେନ୍ଦ୍ର ସରକାରଙ୍କୁ ଏଭଳି ହିଂସାତ୍ମକ ଅନଲାଇନ ଖେଳ କୁ ଯାଞ୍ଚ୍ କରିବାକୁ ଏକ ବୈଠକ ପ୍ରସ୍ତୁତ କରିବା ପାଇଁ ଅହମ୍ମଦ ଙ୍କ ଏହି ପିଟିସନ ରେ ଲେଖାଯାଇଛି।
ସୂଚନାଯୋଗ୍ୟ ଗୁଜରାଟ ରାଜ୍ୟ ରେ ପବଜି ମୋବାଇଲ ଗେମ୍ କୁ ବ୍ୟାନ କରାଯାଇଛି।

ଜମ୍ମୁ କାଶ୍ମୀର ରେ ମଧ୍ୟ ଏହାକୁ ବ୍ୟନ୍ କରିବାକୁ ମଧ୍ୟ ଆବେଦନ ହୋଇଛି। ଏହି ଗେମ୍ ପାଇଁ ସ୍କୁଲ୍ ପିଲାଙ୍କ ମଧ୍ୟରେ ଚିଡିଚିଡା ଦେଖିବାକୁ ମିଳୁଛି। ଏହାକୁ ଦୃଷ୍ଟି ରେ ରଖି ଗୁଜରାଟ ସରକାର ପବଜ୍ ଗେମ୍ କୁ ବ୍ୟାନ୍ କରିଛନ୍ତି। ବର୍ତ୍ତମାନ ସାରା ଭାରତ ରେ ଏହି ଗେମ୍ କୁ ବ୍ୟାନ୍ କରିବାକୁ ନେଇ ୧୧ ବର୍ଷର ଅହମ୍ମଦ ନିଜାମ୍ ଙ୍କ ପିଟିସନ କେତେଦୂର ସଫଳ ହେଉଛି ତାହା ଦେଖିବାକୁ ବାକି।

Leave a Reply

Your email address will not be published. Required fields are marked *