କଂଗ୍ରେସ ନେତା ଯୋଗେଶ ସିଂ ବିଜେଡି ରେ ମିଶିବା ପୂର୍ବରୁ ବିଜେଡି କର୍ମୀଙ୍କ ବିରୋଧ

ଆଗକୁ ନିର୍ବାଚନ ଆସୁଥିବା ବେଳେ କଂଗ୍ରେସ ନେତାମାନେ ଏବେ ବିଜେଡି ମୁଁହା I ବିଜେଡି ଟିକେଟ ରେ ନିର୍ବାଚନ ଲଢ଼ିବାକୁ ଇଛା ପ୍ରକାଶ କରୁଛନ୍ତି କଂଗ୍ରେସ ର ବିଜୟୀ ବିଧାୟକ ମାନେ I ନିକଟରେ ନବ ଦାସ ବିଜେଡି ରେ ମିଶିଥିବା ବେଳେ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବିଦା ହେଇଥିବା ଯୋଗେଶ ଙ୍କ ପାଇଁ ବିଜେଡି ରେ ମିଶିବା ଏତେ ସହଜ ହେଇପାରୁନାହିଁ I ପ୍ରାୟତ ଯୋଗେଶ ବିଜେଡି ରେ ମିଶିବା ପାଇଁ ନିଷ୍ପତି ନେଇଥିବା ବେଳେ ଜିଲ୍ଲାର ବିଜେଡି କର୍ମୀ ଙ୍କୁ ମନେଇବାକୁ ଯାଇ ପାୱାରଫୁଲ ନେତା ଫେଲ ମାରିଛନ୍ତି I ଗତକାଲି ଦଳୀୟ କର୍ମୀଙ୍କୁ ଏକତ୍ରିତ କରି ଯୋଗେଶ ସିଂ ଙ୍କ ବିଜେଡି ମିଶ୍ରଣ ବିଷୟରେ ମତାମତ ସଂଗ୍ରହ ସହିତ କର୍ମୀଙ୍କୁ ମନାଇବାକୁ ଚେଷ୍ଟା କରିଥିଲେ ପ୍ରଣବ ପ୍ରକାଶ ଦାସ ଏବଂ ପ୍ରଶାନ୍ତ ନନ୍ଦ I

କିନ୍ତୁ ତାଙ୍କ ପାଇଁ ଏତେ ସହଜ ହେଇନଥିଲା I ଯୋଗେଶ ଙ୍କ ବିରୁଧରେ ବିଜେଡି ତରଫରୁ ଲଢ଼ି ହାରିଥିବା ପ୍ରାଥୀ କୁସୁମ ଟେଟେ ଙ୍କ ସମର୍ଥକ ମାନେ ଯୋଗେଶ ଙ୍କ ଯୋଗଦାନ କୁ ବିରୋଧ କରିଥିଲେ I ସଭାରେ ହୋ ହାଲ୍ଲା ସହିତ ନେତା ମାନଙ୍କ କଥା କେହି ଶୁଣିନଥିଲେ ଫଳରେ ବାଧ୍ୟ ହେଇ ସଭାରୁ ଅଧାରୁ ଉଠି ଆସିଥିଲେ ପ୍ରଣବ ଏବଂ ପ୍ରଶାନ୍ତ ନନ୍ଦ I

Leave a Reply

Your email address will not be published. Required fields are marked *