ବାଲେଶ୍ୱର ରେ ରେ ଓଲଟି ପଡିଲା ମଦ ବୋଝେଇ ପିକଅପ ଭ୍ୟାନ: ଚାଳକ କୁ ଉଦ୍ଧାର କରିବା ପରିବର୍ତେ ଲୋକେ ବୋହିଲେ ମଦ ବୋତଲ

ଦିନକୁ ଦିନ ଲୋକଙ୍କ ମାନସିକତା ବଦଳିବାରେ ଲାଗିଛି I ମାନବିକତା ମରିବାରେ ଲାଗୁଛି Iଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ଥାନା ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥ ରେ I ଆଜି ଏକ ବିଅର ବୋଝେଇ ପିକଅପ ଭ୍ୟାନ ବାଲେଶ୍ୱରରୁ ବିଅର ନେଇ ଭଦ୍ରକ ଯାଉଥିଲା I ତେବେ ଘନ କୁହୁଡି ରେ ଭାରସାମ୍ୟ ହରାଇ ଗାଡିଟି ଚଡକମରା ନିକଟରେ ରାସ୍ତାରେ ଦୁର୍ଘଟଣା ହେଇଥିଲା I ଗାଡି ଚାଳକ ଜଣଙ୍କ ଗୁରୁତର ଆହତ ହେଇଥିବା ବେଳେ ସେଠାରେ ଲୋକଙ୍କ ଭିଡ ଜମିଥିଲା I

ଲୋକମାନେ ଗାଡି ଚାଳକ କୁ ଉଦ୍ଧାର କରିବା ପରିବର୍ତେ ବିଅର ବୋହିବାରେ ଲାଗିଥିଲେ I ସତେ ଯେପରି ଡ୍ରାଇଭର ଙ୍କ ଜୀବନ ପରିବର୍ତେ ଲୋକଙ୍କ ପ୍ରାଥମିକ କାର୍ଯ୍ୟ ଥିଲା ମଦ ଚୋରି କରିବା I ଧନ୍ୟରେ ଲୋକଙ୍କ ମାନସିକତା କୁ ମାନିବାକୁ ପଡିବ I କେବେ ବଦଳିବ ଏ ମାନସିକତା ??ଘଟଣା ସ୍ଥଳରେ ପୋଲିସ ପହଁଚି ପହଞ୍ଚି ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *