ଭିକ ମାଗୁଥିଲେ ପୂର୍ବତନ ଆର୍ମି ଅଫିସର:ସାହାଯ୍ୟ ପାଇଁ ଆଗେଇ ଆସିଲେ ଗୌତମ ଗମ୍ଭୀର

ଦେଶପ୍ରେମ ଭବନ ସହ ଓତଃପ୍ରୋତ ଭାବରେ ଜଡ଼ିତ ଭାରତ ର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଜଣେ ପୂର୍ବତନ ଅର୍ମି ଅଫିସର ଙ୍କୁ ସାହାଯ୍ୟ କରିବାପାଇଁ ଆଗେଇ ଆସିଛନ୍ତି। ଗୋଟିଏ ଗୋଡ଼ ରେ ଛିଡ଼ା ହୋଇ ଭିକ ମାଗୁଥିଲେ ପୂର୍ବତନ ଆର୍ମି ଅଫିସର ପିତମ୍ବରମ୍। ଟୁଇଟର ରେ ଗମ୍ଭୀର ଆଜି ଏକ ଫଟୋ ସେୟାର କରିଛନ୍ତି ଏବଂ ସାହାଯ୍ୟ ପାଇଁ ଗୁହାରୀ କରିଛନ୍ତି।

ଗମ୍ଭୀର ଲେଖିଛନ୍ତି ଫଟୋ ଟି ଜଣେ ପୂର୍ବତନ ଆର୍ମି ଅଫିସର ପିତାମ୍ବରମ ଙ୍କ ର। ସେ ୧୯୬୫ ରୁ ୧୯୭୧ ପର୍ଯ୍ୟନ୍ତ ଭାରତୀୟ ସେନା ରେ କାର୍ଯ୍ୟରତ ଥିଲେ। ପିତାମ୍ବରମ ଙ୍କ କହିବା ଅନୁସାରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ତାଙ୍କୁ ଆର୍ମି ଠାରୁ ସାହାଯ୍ୟ ମିଲିପାରୁ ନାହିଁ।ନିକଟ ରେ ପିତାମ୍ବରମ ଦୁର୍ଘଟଣା ଗ୍ରସ୍ତ ହୋଇଛନ୍ତି। ହେଲେ ଆର୍ମି ଠାରୁ ତାଙ୍କୁ ସାହାଯ୍ୟ ନମିଳିବାରୁ ସେ ଚିକିତ୍ସିତ ହୋଇପାରୁ ନାହାନ୍ତି।

ଏଥି ପାଇଁ ସେ କନ୍ଟାକ୍ଟ୍ ପ୍ଲେସ ର ଏକ ବ୍ଲାକ ରେ ଭିକ ମାଗିବା ପାଇଁ ବାଧ୍ୟ ହୋଇଛନ୍ତି। ତାଙ୍କୁ ଏପରି ଦୟନୀୟ ଅବସ୍ଥାରେ ଭିକ ମଗୁଥିବର ଦେଖି ଗୌତମ ଗମ୍ଭୀର ଟୁଇଟର ଜରିଆରେ ସାହାଯ୍ୟ ମାଗିଛନ୍ତି। ଏହା ଦେଖି ଖୁବ୍ ଶୀଘ୍ର ଯବାନ ଙ୍କ ସାହାଯ୍ୟ ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଏଭଳି ଉତ୍ତର ପାଇବା ପରେ ପ୍ରତିରକ୍ଷା ମନ୍ତ୍ରୀ ଙ୍କୁ ଧାନ୍ୟବାଦ ଦେଇଥିଲେ ଗମ୍ଭୀର।

ତେବେ ସାହାଯ୍ୟ ପାଇବା ର ପ୍ରତିଶୃତି ପାଇବା ପରେ ପୀତାମ୍ବର ମଧ୍ୟ ଗମ୍ଭୀର ଙ୍କୁ ଧନ୍ୟବାଦ ଜଣାଇଥିଲେ।
ସୂଚନାଯୋଗ୍ୟ ସେନା ଙ୍କ ପ୍ରତି ଭଲପାଇବା ଓ ସମର୍ପଣ ଭାବ ଯୋଗୁ ଗମ୍ଭୀର ଆଜି ୨୫ ଜଣ ଶହିଦ ଙ୍କ ପିଲାଙ୍କ ପୁରା ଖର୍ଚ୍ଚ ବହନ କରୁଛନ୍ତି। କେବଳ ଏତିକି ନୁହେଁ ସେ ସେନା ରେ ଚାକିରି ପାଇଁ ଚାହୁଁଥିଲେ ବୋଲି ପ୍ରକାଶ କରିଛନ୍ତି କିନ୍ତୁ ସେ ତାଙ୍କ ମାଆ ଙ୍କ ପରାମର୍ଶ ରେ ଜାଣି କ୍ରିକେଟର ହୋଇଛନ୍ତି ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *