ମୋ ମୃତ୍ୟୁ ପରେ ମୋ ସ୍ୱାମୀଙ୍କୁ ମୋ ଶବ ରେ ହାତ ଲଗେଇଦେବେନି ନହେଲେ ମୋ ଆତ୍ମା ଶାନ୍ତି ପାଇବନି

ସ୍ୱାମୀ ସ୍ତ୍ରୀ ମଧ୍ୟରେ ସମ୍ପର୍କ ହେଉଛି ସବୁଠାରୁ ନିବିଡ଼ ସମ୍ପର୍କ I ରାଗରୁଷା ମାନ ଅଭିମାନ ବେଳେବେଳେ ରହିଥାଏ କିନ୍ତୁ ସବୁପରେ ମଧ୍ୟ ସମ୍ପର୍କ ରେ ଲାଗିରହିଥିବା ସମସ୍ୟା ସମାଧାନ ହେଇଥାଏ I କିନ୍ତୁ ସୁରଟର
ଅଡାଜଲ ଠାରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା ଯେଉଁଥିରେ କି ସ୍ୱାମୀ ସ୍ତ୍ରୀ ମଧ୍ୟରେ ଲାଗିରହିଥିବା ବିବାଦ ଯୋଗୁଁ ଶେଷରେ ସବୁଦିନ ପାଇଁ ଆଖି ବୁଝିଛନ୍ତି ସ୍ତ୍ରୀ ,ଏବଂ ମୃତ୍ୟୁ ପୂର୍ବରୁ ଲେଖିଯାଇଛନ୍ତି ନିଜର କୋହଭରା ଶେଷ କଥା I ଲେଖିଛନ୍ତି କି ମୋ ସ୍ୱାମୀଙ୍କ ପାଇଁ ମୁଁ ଆତ୍ମହତ୍ୟା କରୁଛି I ମୋ ମୃତ୍ୟୁ ପରେ ତାଙ୍କୁ ମୋ ଶବରେ ହାତ ଲଗାଇ ଦେବ ନାହିଁ I ମୋ ଆତ୍ମା ଶାନ୍ତି ପାଇବନି ନହେଲେ ଏପରିକି ଅନ୍ତିମ ସଂସ୍କାରରେ ସ୍ୱାମୀଙ୍କୁ ମଧ୍ୟ ସାମିଲ ନକରିବାକୁ ଲେଖିଛନ୍ତି ମହିଳା ଜଣଙ୍କ I

ତେବେ ଜଣାପଡିଛି ଯେ ମହିଳା ଜଣଙ୍କ ଜଣେ ଡାକ୍ତର ତାଙ୍କ ନାମ ଡା.ମନାଲି ଏବଂ ତାଙ୍କ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ବାରମ୍ବାର ଝଗଡା ଲାଗିରହୁଥିଲା I ଶାଶୁଘର ପକ୍ଷରୁ ତାଙ୍କୁ ବାରମ୍ବାର ନିର୍ଯାତନା ଦିଆଯାଉଥିଲା I ସ୍ୱାମୀ ମଧ୍ୟ ଏଥିରେ ସାମିଲ ଥିଲେ ତେଣୁ ଏତେ ସବୁ ସମସ୍ୟା ଭିତରେ ସମାଧାନ ନହେବାରୁ ସେ ଶେଷରେ ବାଧ୍ୟ ହେଇ ଆତ୍ମହତ୍ୟା କରିଛନ୍ତି I ଏବଂ ମୃତ୍ୟୁପୂର୍ବରୁ ଲିଖିତ ଭାବରେ ନିଜର ମନକଥା ଲେଖିଯାଇଛନ୍ତି I

Leave a Reply

Your email address will not be published. Required fields are marked *