ଏଣିକି ବୁଢା ବାପାମା’ଙ୍କୁ ଘରୁ ବାହାରକଲେ ୬ ମାସ ଜେଲ୍ ଯିବେ ସନ୍ତାନ

ଆଜିକା ଯୁଗରେ ଅସହାୟ ବୃଦ୍ଧା ବାପା ମାଙ୍କୁ ଘରୁ ତଡ଼ିଦେବା ବା ଜରାଶ୍ରମ ରେ ଛାଡ଼ିଦେବା ଏକ ସାଧାରଣ ଘଟଣା ହେଇଗଲାଣି I ପରିଣତ ବୟସରେ ସହାୟ ହେବେ,ପିତୃକୂଳ ଉଦ୍ଧାର କରିବେ ସେଥିପାଇଁ ବାପାମା କେତେ କଷ୍ଟରେ ଛୋଟରୁ ବଡ କରିଥାନ୍ତି କିନ୍ତୁ ସାମାନ୍ୟ ପଇସା କେତେଟା ପାଇଁ ଅସହାୟ ବାପା ମାଙ୍କୁ ବୃଦ୍ଧ ଅବସ୍ଥାରେ ଦୂର କରିଦେଇଥାନ୍ତି ସେମାନଙ୍କର ସନ୍ତାନ ମାନେ I ଏବେ କିନ୍ତୁ ଆଉ ବାପାମା ଙ୍କୁ ଦୁରେଇ ପାରିବେନି ପୁଅ ଝିଅ I ଏନେଇ ଖୁବ ଶୀଘ୍ର ନୂଆ ଏବଂ କଠୋର ନିୟମ ଆସିବାକୁ ଯାଉଛି I

ଯେଉଁଥିରେ କି ବାପାମା ଙ୍କୁ ବୃଦ୍ଧ ଅବସ୍ଥାରେ ଯଦି ପୁଅଝିଅ ଘରୁ ତଡିଦିଅନ୍ତି ତେବେ ସେମାନଙ୍କୁ ଆଇନ ଅନୁଯାଇ 6ମାସ ଜେଲ୍ ଦଣ୍ଡ ସହିତ ଜୋରିମାନା ବାବଦକୁ ମୋଟାଅଙ୍କର ଅର୍ଥ ଦେବାକୁ ପଡିବ I

Leave a Reply

Your email address will not be published. Required fields are marked *