କମେଡି କୁଇନ ଭାରତୀ ନିଜ ସ୍ବାମୀଙ୍କ ସମ୍ପର୍କରେ କହିଲେ- ‘ସେ ଏମିତି ବୋଲି ଆଗରୁ ଜାଣିଥିଲେ ଜମା ବାହା ହୋଇନଥାନ୍ତି’

ଖତେରେକା ଖିଲାଡ଼ି ସିଜିନ-୯ ଦେଖିବାକୁ ଲୋକମାନେ ବହୁତ୍ ପସନ୍ଦ କରୁଛନ୍ତି।ଏବଂ ଏହାର ଟିଆରପି ୧ ନମ୍ୱର୍ ରେ ରହିଛି।ଏହି ଶୋ କୁ ରୋହିତ ସେଟ୍ଟି ହୋଷ୍ଟ୍ କରୁଛନ୍ତି।ଏହି ଶୋ ରେ କମେଡିଆନ ଭାରତୀ ଏବଂ ତାଙ୍କ ସ୍ବାମୀ ହର୍ଷ ଙ୍କୁ ଦେଖିବାକୁ ମିଳିଛି।ଏବଂ ଏହି ଶୋରେ ଭୟଙ୍କର ଷ୍ଟନ୍ଟ ଦେଖିବାକୁ ମିଳୁଛି।

ଏହି ଶୋ ରେ ଭାରତୀ ତାଙ୍କ ସ୍ବାମୀଙ୍କ ନାମରେ ଏମିତି କଥା କହିଛନ୍ତି ଯାହା ଶୁଣିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ। ଖତରେଁ କି ଖିଲାଡ଼ି ରେ ଷ୍ଟନ୍ଟ କରିବା ସମୟରେ ଉଭୟଙ୍କ ମଧ୍ୟରେ ବହୁତ୍ ଝଗଡ଼ା ହୋଇଛି।ଶରୀର ବଡ଼ ହେଲେ ବି ସେ ଛୋଟ ଛୋଟ ଜୀବଙ୍କୁ ବହୁତ୍ ଡରନ୍ତି ବୋଲି କୁହନ୍ତି ଭାରତୀ।ଭାରତୀ ଏହା ମଧ୍ୟ କୁହନ୍ତି କି ହର୍ଷ ଙ୍କ ର ଏହି ପ୍ରକୃତି ବିବାହ ପୂର୍ବରୁ ଜାଣିଥିଲେ ସେ ଆଦୌ ବିବାହ କରି ନ ଥାଆନ୍ତି ବୋଲି କହିଛନ୍ତି।

ତାଙ୍କ ସ୍ବାମୀଙ୍କୁ କାନ୍ଦିବାର ଦେଖିଲେ ସେ ମଧ୍ୟ କାନ୍ଦନ୍ତି। ହର୍ଷ ଡରନ୍ତି ସତ କିନ୍ତୁ ବହୁତ୍ ଷ୍ଟନ୍ଟରେ ସେ ତାଙ୍କୁ ସହଯୋଗ କରନ୍ତି ବୋଲି ଭାରତୀ କହିଥିଲେ।ସ୍ବାମୀ ହର୍ଷ ଙ୍କ ଜନ୍ମ ଦିନ ଅବସରରେ ଭାରତୀ ଖୁବ୍ ନିଆରା ଅନ୍ଦାଜ ରେ ତାଙ୍କୁ ୱିଶ୍ କରିଛନ୍ତି।

Leave a Reply

Your email address will not be published. Required fields are marked *