ଖୁବ ଶୀଘ୍ର ବଜାରକୁ ଆସୁଛି ଆୟୁର୍ବେଦିକ ଅଣ୍ଡା : ଆମିଷ ଖାଉନଥିବା ଲୋକେ ନେବେ ଅଣ୍ଡାର ସ୍ୱାଦ

କୁକୁଡ଼ା ଏବଂ ଅଣ୍ଡା ପ୍ରାୟତ ସମସ୍ତଙ୍କର ପ୍ରିୟ ଅଟେ I କୁକୁଡ଼ା ଅଣ୍ଡାରେ ଅଧିକ ପ୍ରୋଟିନ ରହିଥାଏ ଯାହାକି ଶରୀର ପାଇଁ ଲାଭଦାୟକ I ତେବେ କିଛି ଲୋକ ଆମିଷ ଖାଇନଥାନ୍ତି I ଯେଉଁମାନେ ଆମିଷ ଖାଇନଥାନ୍ତି ସେମାନଙ୍କ ପାଇଁ ଖୁଶିର ଖବର I ବଜାରକୁ ନିରାମିଷ ବା ଆୟୁର୍ବେଦିକ ଅଣ୍ଡା ଖୁବ ଶୀଘ୍ର ଆସୁଛି I ଏହି ଅଣ୍ଡା କୁ ନିରାମିଷ ଖାଉଥିବା ଲୋକେ ମଧ୍ୟ ଖାଇପାରିବେ I

ଏନେଇ ମିରଠର ସର୍ଦାର ବଲ୍ଲଭ ଭାଇ ପଟେଲ କୃଷି ବିଶ୍ୱ ବିଦ୍ୟାଳୟରେ ଗବେଷଣା ଜାରି ରହିଛି I ତେବେ ବିଶେଷଜ୍ଞ ମାନେ କହିଛନ୍ତି କି ଏହି ଆୟୁର୍ବେଦ ଅଣ୍ଡା ଉଭୟ ସାକାହାରୀ ଏବଂ ଆମିଷ ଖାଉଥିବା ଲୋକ ଖାଇପାରିବେ I ସ୍ୱାସ୍ଥ୍ୟ ପାଇଁ ଏହା ଅନେକ ଫାଇଦା ଦେବ I କୁକୁଡ଼ା ଅଣ୍ଡାର ରଙ୍ଗ ଧଳା ହେଇଥିବା ସମୟରେ ଏହାର ରଙ୍ଗ ଗୋଲାପୀ ରହିବ ବୋଲି ସୂଚନା ଦେଇଛନ୍ତି ବିଶେଷଜ୍ଞ ମାନେ I ତେବେ ଆପଣ ଭାବୁଥିବେ କି ଏହି ଅଣ୍ଡା କିପରି ପ୍ରସ୍ତୁତ ହେବ ନା କେଉଁଠୁ ଆସିବ

ସାଧାରଣତଃ କୁକୁଡ଼ା ଯେପରି ଅଣ୍ଡା ଦିଏ ଏହାକୁ ମଧ୍ୟ ସେହିଭଳି ଭାବରେ ଅଣ୍ଡା ଦେବେ କୁକୁଡ଼ା I ତେବେ ଏହାର ତରିକା ରହିବ ଭିର୍ଣ୍ଣ I କୁକୁଡ଼ା ଅଣ୍ଡା ଦେବା ପୂର୍ବରୁ ଏହା ଉପରେ ନଜର ରଖିବେ ବିଶେଷଜ୍ଞ I କୁକୁଡ଼ା କୁ ଆୟୁର୍ବେଦ ଜଡିବୁଟି ଖାଇବାକୁ ଦିଆଯିବ I ଯାହା ଫଳରେ ଅଣ୍ଡାରେ ଆୟୁର୍ବେଦ ର ପ୍ରଭାବ ରହିବ ଏବଂ ଅଣ୍ଡା ମଧ୍ୟ ଗୋଲାପୀ ରହିବ I

ବଜାରରେ ଅଣ୍ଡା ଦର 5ଟଙ୍କା ରହିଥିବା ବେଳେ ଏହାର ଦର ପ୍ରାଥମିକ ପର୍ଯ୍ୟାୟରେ 20/25 ଟଙ୍କା ରହିବ I

Leave a Reply

Your email address will not be published. Required fields are marked *