ପାଖେଇ ଆସୁଛି ନିର୍ବାଚନ ,ନିଷ୍ପତି ନେଇପାରୁନାହାନ୍ତି ବୈଜୟନ୍ତ ,!! ହାତ ଛାଡ଼ୁଛନ୍ତି ସମର୍ଥକ

ଦୁର୍ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ବିଜେଡି ରେ କୋଣଠେସା ହେବାପରେ ଶେଷରେ ବାଧ୍ୟ ହେଇ ଦଳ ଛାଡିଥିଲେ ବୈଜୟନ୍ତ I ତେବେ ବୈଜୟନ୍ତ ଙ୍କୁ ନେଇ ଅନେକ ଚର୍ଚା ଲାଗିରହିଥିବା ବେଳେ ପାଖେଇ ଆସିଲାଣି ନିର୍ବାଚନ କିନ୍ତୁ ବୈଜୟନ୍ତ ଙ୍କ ଆଗାମୀ ପ୍ଲାନ ସ୍ଥିର ହେଇପIରୁନାହିଁ Iବିଜୁଙ୍କ ଏକାନ୍ତ ଅନୁଗତ ଯଥା ଦାମ ରାଉତ ,ବିଜୟ ମହାପାତ୍ର,ଦିଲୀପ ରାୟ ,ପଞ୍ଚାନନ କାନୁନଗୋ ,ବ୍ରଜ ତ୍ରିପାଠୀ ,ନବୀନ ନନ୍ଦ ଙ୍କୁ ନେଇ ନୂଆ ସମୀକରଣ ଚର୍ଚା ହେଉଥିଲା ଯାହାର ନେତୃତ୍ୱ ନେଇଥାନ୍ତେ ବୈଜୟନ୍ତ

Iପ୍ରଥମେ ବିଜେପି ରେ ମିଶିବା ନେଇ ଚର୍ଚା ହେଉଥିଲା ଯଦିଓ ଏହାକୁ ଖଣ୍ଡନ କରିଥିଲେ ବୈଜୟନ୍ତ ତେବେ ପରେ ନିଜେ ଓଡିଶା ଜନତା ଦଳ ଗଢିବେ ବୋଲି ନିକଟ ମହଲରୁ ଆଲୋଚନା ହେଇଥିଲାI କିନ୍ତୁ ହେଇଯାଉ ପରିବର୍ତନ ର ନାରା ଦେଇ ଲୋକଙ୍କ ପାଖରେ ପହଁଚି ଚା ଖଟି କରୁଥିବା ବୈଜୟନ୍ତ ଙ୍କ ସମୀକରଣ ବଦଳିବାରେ ଲାଗିଲାଣି I ନିର୍ବାଚନ ପାଖେଇ ଆସୁଥିବା ବେଳେ କୌଣସି ନିଷ୍ପତି ନେଇପାରୁନାହାନ୍ତି ବୈଜୟନ୍ତ ସେପଟେ ସମର୍ଥକ ମାନେ ମଧ୍ୟ ଆଗାମୀ ନିର୍ବାଚନ କୁ ଆଖି ଆଗରେ ରଖି ନିଜର କାର୍ଯ୍ୟପନ୍ଥା ନିର୍ଣ୍ଣୟ କରିବାରେ ଲାଗିଛନ୍ତି Iପ୍ରଥମେ ଦାମ ରାଉତ ବୈଜୟନ୍ତ ଙ୍କ ହାତ ଛାଡି ବ୍ରଜ ତ୍ରିପାଠୀ ଙ୍କ ସହ ମିଶିଥିବା ବେଳେ ବ୍ରଜ ଐରଖାରବେଳ ଙ୍କ ସହ ମିଳିତ ଜନମୋର୍ଚା କରିଛନ୍ତି I ପଞ୍ଚାନନ କାନୁନଗୋ କଂଗ୍ରେସ ରେ ମିଶିସାରିଲେଣି I ଦିଲୀପ ଏବଂ ବୈଜୟନ୍ତ ବିଜେଡି ରେ ମିଶିବା ନେଇ ଚର୍ଚା ହେଉଥିବା ବେଳେ

ବୈଜୟନ୍ତ ଙ୍କ ଦୃଢ ସମର୍ଥକ ନବୀନ ନନ୍ଦ ମଧ୍ୟ ଢେଙ୍କାନାଳ କଂଗ୍ରେସ ର ମଙ୍ଗ ଧରିପାରନ୍ତି ବୋଲି ଗଣମାଧ୍ୟମ ରେ ଚର୍ଚା ହେଉଛି ଯଦିଓ ଏନେଇ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ନବୀନ ନନ୍ଦ I

ତେବେ ନିର୍ବାଚନ ପାଖେଇ ଆସୁଥିବା ବେଳେ ବୈଜୟନ୍ତ କୌଣସି ଶୀର୍ଦ୍ଧାନ୍ତ ନେଇନପାରିବା , ଆଞ୍ଚଳିକ ଦଳ ବିଜେଡି ବିରୁଧରେ ଏକ ବୃହତ ସମୀକରଣ ର ସମ୍ଭାବନା ଦେଖାଯାଉଥିବା ବୈଜୟନ୍ତ ଙ୍କ ବିକଳ୍ପ ନୂଆ ଦଳ ବାସ୍ତବ ରୂପ ନେବ ନା ନବୀନ ଙ୍କ ହାୱାରେ ଫୁସକୀ ଯିବ ତାହା କେବଳ ଆଗାମୀ ସମୟ ରେ ଦେଖିବାର କଥା I

Leave a Reply

Your email address will not be published. Required fields are marked *