ଓଡିଶା ପାଇଁ ଗର୍ବ ,ସାରା ବିଶ୍ୱର 7102 ଭାଷା ମଧ୍ୟରୁ ଓଡ଼ିଆ ଭାଷା ର ସ୍ଥାନ 37ନମ୍ବର

ଓଡ଼ିଆ ଭାଷା ଭାରି ବଢିଆ I ଓଡ଼ିଆ ଭାଷାକୁ ମଧ୍ୟ ସରକାରୀ କାର୍ଯ୍ୟାଳୟ ରେ ବିଧିବଦ୍ଧ ମାନ୍ୟତା ମିଳିସାରିଛି I ତେବେ ଓଡ଼ିଆ ମାନଙ୍କ ପାଇଁ ଖୁଶି ଖବର ଯେ ସାରା ବିଶ୍ୱରେ ଓଡ଼ିଆ ଭାଷା 37ନମ୍ବର ସ୍ଥାନରେ ରହିଛି I ବିଶ୍ୱରେ 7102 ଭାଷା ମଧ୍ୟରୁ 37ନମ୍ବର ସ୍ଥାନ ଅଧିକାର କରିଛି ଓଡ଼ିଆ ଭାଷା I ପାଖାପାଖି 4କୋଟି ରୁ ଉର୍ଧ ଲୋକ ଓଡ଼ିଆ ଭାଷାରେ କଥାବାର୍ତା ହୁଅନ୍ତି I କେବଳ ଓଡିଶା ନୁହେଁ ଝାରଖଣ୍ଡ ରେ ମଧ୍ୟ ଓଡ଼ିଆ ଭାଷାକୁ ଦ୍ୱିତୀୟ ସରକାରୀ ଭାଷାର ମାନ୍ୟତା ଦିଆଯାଇଛି I

ଆକ୍ଟ 1954 ଅନୁଯାଇ ଓଡ଼ିଆ ଭାଷାକୁ ସରକାରୀ ଭାଷା ର ମାନ୍ୟତା ମିଳିସାରିଥିଲେ ମଧ୍ୟ କେବଳ କାଗଜ ପତ୍ରରେ ସୀମିତ ରହିଯାଇଛି I ଅଧିକାଂଶ ସ୍ଥାନରେ ଓଡ଼ିଆ ଭାଷା ବଦଳରେ ବିଦେଶୀ ଇଂରାଜୀ ଭାଷା ବ୍ୟବହାର କରାଯାଉଛି I ଆମ୍ୱେଣ୍ଡମେଣ୍ଟ ଅନୁଯାଇ 2018 ସେପ୍ଟମ୍ବର ରେ ବିଲ ପାସ ହେଇସାରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସରକାରୀ ଭାବରେ ଓଡ଼ିଆ ଭାଷା ବ୍ୟବହାର ନହେବା ଅତ୍ୟନ୍ତ କ୍ଷୋଭ ର ବିଷୟ I

ତେବେ ସବୁଠୁ ଦୁଃଖର ବିଷୟ ଦୀର୍ଘ 19ବର୍ଷ ଶାଶନ ରେ ରହି ମଧ୍ୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସଠିକ ଭାବରେ ଓଡ଼ିଆ ନକହିପାରିବା I ସେ ଯାହାବି ହେଉ ଓଡ଼ିଆ ଭାଷା ଆଜି 37ନମ୍ବର ରେ ନିଜର ସ୍ଥାନ ଅଧିକାର କରିଛି ଏହା ଆମପାଇଁ ସବୁଠାରୁ ଗର୍ବର ବିଷୟ I

Leave a Reply

Your email address will not be published. Required fields are marked *