ସ୍ୱାଦିଷ୍ଟ ଖାଦ୍ୟ ପାଇଁ ନୂଆଦିଲ୍ଲୀ ମଣ୍ଡୋଲି ଜେଲ୍ କୁ ଆସୁଛନ୍ତି ଯୁବକ

ଆଜିକାଲି ଅନେକ ଲୋକ ଅଭୂତ କାରଣ ପାଇଁ ଅଦାଲତର ଦ୍ବାରସ୍ଥ ହେଉଛନ୍ତି।ଏବେ ମୁମ୍ବାଇରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି।ସେଠାରେ ରାଫେଲ ସାମୁଏଲ୍ ନାମକ ଜଣେ ୨୭ ବର୍ଷୀୟ ଯୁବକ ନିଜର ମାଆ ବାପାଙ୍କ ବିରୋଧରେ ଅଦାଲତରେ ମାମଲା ଦାୟର କରିବେ ବୋଲି ସୂଚନା ଦେଇଛନ୍ତି।

ଏକ ଫେସବୁକ୍ ପୋଷ୍ଟ ମାଧ୍ୟମରେ ସେ କହିଛନ୍ତି କି ତାଙ୍କର ବିନା ସିକୃତିରେ ତାଙ୍କୁ ଜନ୍ମ ଦେଇଥିବାରୁ ସେ ଏଥିପାଇଁ ତାଙ୍କ ମାଆ ବାପାଙ୍କ ବିରୋଧରେ ମାମଲା ଦାୟର କରିବେ।
ସାମୁଏଲ୍ କହିଛନ୍ତି କି ତାଙ୍କ ପିତାମାତାଙ୍କ ସହିତ ତାଙ୍କର ସଂପର୍କ ଖୁବ୍ ଭଲ ଅଛି ଏବଂ ସେ ବ୍ୟକ୍ତିଗତ ଜୀବନରେ ବି ବହୁତ୍ ଖୁସି ଅଛନ୍ତି।କିନ୍ତୁ ସେ ସାମାଜିକ ଓ ଅନ୍ୟ କାରଣରୁ ମଣିଷ ବଂଶବୃଦ୍ଧି କରିବାକୁ ବିରୋଧରେ କରନ୍ତି।ତାଙ୍କ ଅନୁସାରେ ମଣିଷର ବଂଶବୃଦ୍ଧି ଯୋଗୁ ପୃଥିବୀର ପରିବେଶ ନଷ୍ଟ ହେଉଛି।

ତା ଛଡା ଅନ୍ୟ ଜଣକୁ ଜୀବନ ଦେଇ ତାକୁ ବଞ୍ଚିବାକୁ ବାଧ୍ୟ କରିବା ପାଇଁ କୌଣସି ମଣିଷର ଅଧିକାର ନାହିଁ।ତେଣୁ ସେ ସମସ୍ତଙ୍କୁ ଜଣାଇବାକୁ ଚାହାନ୍ତି କି କୌଣସି ସନ୍ତାନ ନିଜ ପିତାମାତାଙ୍କ ନିକଟରେ ରୁଣୀ ନୁହନ୍ତି।

Leave a Reply

Your email address will not be published. Required fields are marked *