ଓଡ଼ିଶାର ଚାଷୀଙ୍କୁ ରାଜଧାନୀ ବାରଣ କାହିଁକି ??ତାହେଲେ ଦିଲ୍ଲୀରେ ଚାଷୀ ସମାବେଶ କଣ ପ୍ରହସନ ଥିଲା ??

ଚାଷୀଙ୍କୁ ପ୍ରାଇସ, ପ୍ରେଷ୍ଟିଜ୍ ଓ ପେନସନ ଦାବି ନେଇ ଆନ୍ଦୋଳନ ଆରମ୍ଭ କରିଥିଲେ କଂଗ୍ରେସ ରୁ ବିଦା ହେଇଥିବା ସୌମ୍ୟ ରଞ୍ଜନ ପଟନାୟକ I ଧୀରେ ଧୀରେ ଓଡ଼ିଶାର କୋଣାନୁକୋଣ ରୁ ସମର୍ଥନ ବଢିଥିଲା କିନ୍ତୁ ଧୀରେ ଧୀରେ ଏହା ଏକ ବିଶାଳ ଜନଆନ୍ଦୋଳନ ରେ ପରିଣତ ହେବାପରେ ଅଧାରୁ ହାତ ଛାଡି ବିଜେଡି ସାଂସଦ ପାଲଟିଯାଇଥିଲେ ସୌମ୍ୟ ବାବୁ I ଚର୍ଚ୍ଚା ହେଇଥିଲା କି ଚାଷୀଙ୍କୁ ମୋହରା କରି ନିଜର ସ୍ୱାର୍ଥ ହାସଲ କରିନେଲେ ସୌମ୍ୟବାବୁ I ଏବେ କିନ୍ତୁ ଏହି ଆନ୍ଦୋଳନ ତୀବ୍ର ରୂପ ନେବାକୁ ବସିଲାଣି I ଅଧାରୁ ହାତ ଛାଡି ସୌମ୍ୟ ବାବୁ ଚାଲିଯାଇଥିଲେ ମଧ୍ୟ ନବନିର୍ମାଣ କୃଷକ ସଂଗଠନ ରାଷ୍ଟ୍ରୀୟ ଆବାହକ ଅକ୍ଷୟ କୁମାର ଙ୍କ ନେତୃତ୍ୱ ରେ ଚାଷୀ ମାନେ ନିଜର ଲଢେଇ ଜାରି ରଖିଛନ୍ତି I

ଗତକାଲି ଭୁବନେଶ୍ୱର ରେ ଧାରଣା ଡାକରା ଦିଆଯାଇଥିବା ବେଳେ ବିଭିର୍ଣ୍ଣ ସ୍ଥାନରେ ପ୍ରସାଶନ ତରଫରୁ ଚାଷୀମାନଙ୍କୁ ଅଟକାଇବାର ଖବର ଆସିଥିଲା I

କଳେବଳେ କୌଶଳେ ଆନ୍ଦୋଳନ କୁ ଭଣ୍ଡୁର କରିବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ଭୁବନେଶ୍ୱର ରେ ଦେଖିବାକୁ ମିଳିଥିଲା ଚାଷୀଙ୍କ ବିଶାଳ ସମାବେଶ ତଥାପି ମନମାନିନଥିଲା ପ୍ରସାଶନ ର , ଆନ୍ଦୋଳନ ସ୍ଥଳରୁ ଚାଷୀଙ୍କୁ ଉଠାଇ ନେଇଥିଲା I ତେବେ ଚାଷୀଙ୍କ ପାଇଁ ପ୍ରସାଶନ ଏତେ କଠୋର କାହିଁକି ?? କିଛିଦିନ ତଳେ ଚାଷୀଙ୍କ ପାଇଁ ଦରଦ ଦେଖାଇ ଦିଲ୍ଲୀରେ ବିଜେଡି ସରକାର ତରଫରୁ ମହାସମାବେଶ କରାଯାଉଥିବା ବେଳେ

ଓଡ଼ିଶାର ଚାଷୀଙ୍କ ପାଇଁ ଏତେ କଠୋର କାହିଁକି ??ନିକଟରେ ଚାଷିଙ୍କ ପାଇଁ କାଳିଆ ଯୋଜନା ହେଇଥିଲେ ମଧ୍ୟ ପ୍ରକୃତ ହିତାଧିକାରୀ ଏହି ଯୋଜନାର ଲାଭ ନପାଇ ବଡବଡିଆ ମାନେ ପାଇଥିବାର ଅଭିଯୋଗ ହେଇଥିଲା I

Leave a Reply

Your email address will not be published. Required fields are marked *