ଷ୍ଟେସନ ରେ ୫୦ ଟଙ୍କାରେ ଦେହ ବିକୁଥିଲେ ,କଠିନ ପରିଶ୍ରମ ରେ ଲୋକ ଅଦାଲତର ଜଜ୍‌ ହେଲେ ସୁମୀ ଦାସ

ସମସ୍ତ ସାଙ୍ଗ ମାନଙ୍କ ଠାରୁ ସେ ଥିଲେ ଭିର୍ଣ୍ଣ I ପୁରୁଷ ହେଇ ଜନ୍ମ ନେଇଥିଲେ ବି ଧୀରେ ଧୀରେ ଶରୀର ରେ ଆସିଥିଲା ପରିବର୍ତନ I ପୁରୁଷ ଶରୀର ରେ ନିଶ ଦାଢ଼ି ପୌରୁଷତ୍ୱ ବଦଳରେ ଦେଖାଯାଇଥିଲା ମହିଳାଙ୍କ ଲକ୍ଷଣ I ନିଜର ଏ ଅବସ୍ତା ପାଇଁ କାହାକୁ ଦାୟୀ କରିବେ ଭାବିପାରୁନଥିଲେ l ବାପାମା ଙ୍କର ଏକୋଇରବଳା ବିସିକେଶନ ଥିଲେ ସେ ,କିନ୍ତୁ ଧୀରେ ଧୀରେ ସମୟ ତାଙ୍କ ଠାରୁ ସବୁ ଛଡାଇନେଲା I ନିଜକୁ ସେ ଅନୁଭବ କଲେ ଜଣେ କିନ୍ନର ଭାବରେ I ଏବଂ ଘର ଛାଡି ପଳାଇଥିଲେ ବହୁତ ଦୁରକୁ ଏକ ଝିଅର ପରିଚୟ ନେଇ I ବଦଳିଯାଇଥିଲା ସମ୍ପର୍କ ଏବଂ ପରିଚୟ I ପୁଅ ରୁ ପାଲଟିଯାଇଥିଲେ କିନ୍ନର ସୁମି I

ତେବେ ଘର ଛାଡିଥିବା ସୁମୀଙ୍କ ପାଇଁ ପେଟ ର ଭୋକ ମେଣ୍ଟାଇବା କଷ୍ଟ ଥିଲା I ବହୁତ ସୁନ୍ଦର ଥିଲେ ଏବଂ ଝିଅ ର ବେଶପୋଷାକ ପିନ୍ଧୁଥିଲେ I ଯେଉଁଥିପାଇଁ ଅନେକ ପୁରୁଷ ତାଙ୍କ ଆଡେ ଆକର୍ଷିତ ହେଉଥିଲେ I ପେଟର ଭୋକ ମେଣ୍ଟାଇବା ପାଇଁ ନିଜ ଦେହକୁ ୫୦ ଟଙ୍କାରେ ଷ୍ଟେସନ୍‌ରେ ବିକିବାକୁ ବାଧ୍ୟ ହେଇଥିଲେ ସୁମି I କିନ୍ତୁ ଏପରି କଦର୍ଯ୍ୟ କାମ ତାଙ୍କୁ ଘୃଣା ଲାଗୁଥିଲା I କିଛି ଅଲଗା କରିବାକୁ ଭାବୁଥିଲେ ସେ I ଏକ ସ୍ୱେଚ୍ଛାସେବୀ ସଂଗଠନରେ ଏଚ୍‌ଆଇଭି ସଚେତନ ପାଇଁ କାମ କରିଥିଲେ ସୁମି I

ଲୋକଙ୍କୁ କଣ୍ଡୋମ ବିକି ସଚେତନ କରିବା ଥିଲା ତାଙ୍କର କାମ I କିନ୍ତୁ ଏହି କାମ ତାଙ୍କୁ କଣ୍ଡୋମ ମାଉସୀ ଭାବରେ ସମସ୍ତଙ୍କ ପାଖରେ ପରିଚିତ କରାଇଦେଇଥିଲା I କିନ୍ତୁ କିଛି ଅଲଗା କରିବା ଉଦ୍ୟମରେ ପୁଣିଥରେ ପାଠ ପଢିବା ଆରମ୍ଭ କରିଥିଲେ ସୁମି Iପୁସ୍ତକାଳୟ ବିଜ୍ଞାନରେ ସ୍ନାତକ ରେ ଇଗ୍ନୋରେ ନାମ ଲେଖିଥିଲେ ଏବଂ ସଫଳତା ମଧ୍ୟ ପାଇଥିଲେ I ଏହାପରେ ଆଉ ପଛକୁ ଫେରି ଚାହିଁନାହାନ୍ତି I କିନ୍ନରମାନଙ୍କ ସମ୍ମାନ ଲଢେଇ ଆରମ୍ଭ କରି ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଥିଲେ I

କିନ୍ନର ମାନଙ୍କୁ ମୁଖ୍ୟ ସ୍ରୋତ କୁ ଆଣିବାକୁ ଉଦ୍ୟମ କରି ଅନେକ କିନ୍ନର ଙ୍କୁ ରୋଜଗାର କ୍ଷମ କରାଇଥିଲେ I ଏହାପରେ ଲୋକ ଅଦାଲତର ବିଚାରପତି ଭାବେ ପଦ ଅଳଙ୍କୃତ କରିଥିଲେ ସୁମି I ଆଜି ସାରା ସମାଜ ପାଇଁ ଏକ ପ୍ରେରଣା ପାଲଟିପାରିଛନ୍ତି କଣ୍ଡୋମ ମାଉସୀ ରୁ ବିଚାରପତି ହେଇଥିବା ସୁମି ଦାସ I

Leave a Reply

Your email address will not be published. Required fields are marked *