ସଂସାର ରେ ସବୁ ଜିନିଷର ଅନ୍ତ ଅଛି, ତୁମ ଦୁଃଖ ର ବି:ଭଗବାନ୍ ଶ୍ରୀକୃଷ୍ଣ

ପ୍ରତ୍ୟେକ ଲୋକ ଙ୍କ ଜୀବନ ରେ ଦୁଃଖ ଓ ସୁଖ ଉଭୟ ଲାଗି ରହିଥାଏ। କିଛି ଲୋକ ଦୁଃଖ ରେ ଅଧିକ ଦୁଃଖୀ ହୋଇଥାନ୍ତି ଓ ହାର ସ୍ବୀକାର କାରିଦେଇଥାନ୍ତି। କିଛି ଲୋକ ଦୁଃଖ କୁ ସାମ୍ନା କରିଥାନ୍ତି ଓ ସୁଖ ର ପ୍ରାପ୍ତି ହୋଇଥାନ୍ତି।
କୁରୁକ୍ଷେତ୍ର ରେ ଶ୍ରୀକୃଷ୍ଣ ଅର୍ଜୁନ ଙ୍କୁ କିଛି ମହତ୍ ବାଣୀ ଦେଇଥିଲେ।

ଏବଂ ଏହୀ ମାର୍ଗରେ ଯେଉଁ ବ୍ୟକ୍ତି ଯାଇଥାଏ ତାଙ୍କ ଜୀବନରେ କେବେ ହେଲେ ସମସ୍ୟା ଆସିନଥାଏ। ଶ୍ରୀକୃଷ୍ଣଙ୍କ କହିବା ଅନୁସାରେ ସଂସାର ରେ ସବୁ ଜିନିଷ ର ଅନ୍ତ ଘଟିଥାଏ। ତେଣୁ ଜୀବନ ର ସମସ୍ତ ଦୁଃଖ ମଧ୍ୟ ନିଶ୍ଚିନ୍ତ ଅନ୍ତ ହେବ। ମନୁଷ୍ୟ ଜନ୍ମ ହେଲେ ମୃତ୍ୟୁ ନିଶ୍ଚିନ୍ତ ହୋଇଥାଏ।ଜଣେ ବ୍ୟକ୍ତି ଙ୍କ କର୍ମ ଅନୁସାରେ ସେହି ବ୍ୟକ୍ତି ଙ୍କ ଭଗ୍ୟଫଳ ନିର୍ଣ୍ଣୟ ହୋଇଥାଏ ଏବଂ ଶରୀର ର ବିନାଶ ହୋଇଥାଏ କିନ୍ତୁ ଆତ୍ମା ର ବିନାଶ ହୋଇନଥାଏ।

ସବୁ କର୍ମ ର ଫଳ ଭାଗବାନଙ୍କ ହାତରେ ରହିଛି। ମନୁଷ୍ୟ ଯେପରି ନୂତନ ବସ୍ତ୍ର ଧାରଣ କରିଥାନ୍ତି ସେହିପରି ଆତ୍ମା ମଧ୍ୟ ନୂତନ ଶରୀର ଧାରଣ କରିଥାଏ।
ମନୁଷ୍ୟ କୁ କେବେ ହେଲେ କ୍ରୋଧ କରିବା ଉଚିତ୍ ନୁହେଁ। କ୍ରୋଧ କରିବାଦ୍ୱାରା ଭ୍ରମ ଉତ୍ପନ୍ନ ହୋଇଥାଏ। ସଂସାର ରେ ସବୁ ଲୋକଙ୍କୁ ମୃତ୍ୟୁ ଆସିଥାଏ। ସଂସାରେ କେହି ବି ଆମର ନଥାନ୍ତି। ଜନ୍ମ ଅଛି ମାନେ ମୃତ୍ୟୁ ନିଶ୍ଚିନ୍ତ।
ଯେଉଁମାନେ ଜ୍ଞାନୀ ଅଟନ୍ତି ସେମାନେ କର୍ମ ର ଠିକ୍ ଅର୍ଥ ଜାଣିଥାନ୍ତି। ମଣିଷ ଜନ୍ମ ହେବା ସମୟରେ କିଛି ଆଣିକି ଆସିଥାନ୍ତି କି କିଛି ବି ହଜୈନଥାନ୍ତି। ସେଥି ପାଇଁ ମନଦୁଃଖ କରିବାର କିଛି କାରଣ ନାହିଁ।

ତୁମ ପାଖରେ ଯାହା ବି କିଛି ରହିଛି ସବୁ ଈଶ୍ବରଙ୍କ କୃପା ରୁ ରହିଛି। ସେଥି ପାଇଁ କୌଣସି କଥା ରେ ଲୋଭ କରିବା ଉଚିତ୍ ନୁହେଁ। ତେବେ ଆପଣ ଯଦି ଶ୍ରୀକୃଷ୍ଣ ଙ୍କ ଏହି ସବୁ କଥା କୁ ମାନି ଚଳିବେ ତେବେ ଆପଣଙ୍କ ଜୀବନ ରେ କେବେ କୌଣସି ସମସ୍ୟା କିମ୍ବା ଦୁଃଖ ରହିବା ନାହିଁ।

Leave a Reply

Your email address will not be published. Required fields are marked *