ଆଇପିଏସ ଅଫିସର ମମତା ବାନାର୍ଜିଙ୍କ ସହ ଧାରଣାରେ ବସିବା ପଡିଲା ମହଙ୍ଗା ଫେରାଇ ନିଆଯିବ ମେଡାଲ

ମମତାଙ୍କୁ ସମର୍ଥନ ଦେଇ ଧାରଣାରେ ବସିଥିବା ଆଇପିଏସ ଅଫିସର ମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ I କିଛିଦିନ ତଳେ କମିଶନର ରାଜୀବ କୁମାର ଙ୍କୁ ଚିଟ ଫଣ୍ଡ ମାମଲାର ତଦନ୍ତରେ ସମନ କରାଯାଇଥିଲେ ମଧ୍ୟ ରାଜୀବ ହାଜିର ନହେବାରୁ ବାଧ୍ୟହେଇ ସିବିଆଇ କମିଶନର ଙ୍କ ଘରେ ପଶିବାକୁ ଉଦ୍ୟମ କରିବା ସମୟରେ ପୋଲିସ ତରଫରୁ ତାଙ୍କୁ ଅଟକ ରଖାଯାଇ ସିବିଆଇ ଅଫିସ କୁ ଘେରାଓ କରାଯାଇଥିଲା I କେବଳ ଏତିକି ନୁହେଁ ମମତା ବାନାର୍ଜୀ ଧାରଣାରେ ବସିଥିଲେ ପୋଲିସ କମିଶନର ଙ୍କ ସମର୍ଥନରେ I

ଏହାକୁ ସମର୍ଥନ ଜଣାଇ ଅନ୍ୟ କେତେଜଣ ପୋଲିସ ଅଫିସର ମମତାଙ୍କ ସହିତ ଧାରଣାରେ ବସିଥିଲେ I ତେବେ ଧାରଣାରେ ବସିବା ସେମାନଙ୍କ ପାଇଁ ମହାଙ୍ଗା ପଡିବ I ୫ ଜଣ ଆଇପିଏସ ଅଫିସର ଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ I ଅଲ ଇଣ୍ଡିଆ ସର୍ଭିସ ରୁଲ୍ସର ଉଲ୍ଲଙ୍ଘନ କରି ସେମାନେ ଧାରଣାରେ ବସିଥିଲେ ତେଣୁ ସେମାନଙ୍କୁ ଦିଆଯାଇଥିବା ମେଡାଲ ତୁରନ୍ତ ଫେରେଇ ନିଆଯିବା ପାଇଁ ଚିନ୍ତାକରାଯାଉଛି I

Leave a Reply

Your email address will not be published. Required fields are marked *