ଶୋଷ ଲାଗୁଛି କହି ରାତିରେ ପାଣି ମାଗିଲେ ,ପାଣିଦେଲାବେଳକୁ ବାପାକୁ ବାନ୍ଧି ବାପା ସାମ୍ନାରେ ଝିଅକୁ ଧର୍ଷଣ କଲେ 6 ଯୁବକ

ସବୁଆଡେ ଦୁଷ୍କର୍ମ ବଢ଼ିବାରେ ଲାଗିଛି I ମହିଳା ମାନେ ସୁରକ୍ଷିତ ନୁହନ୍ତି I ଦୁଷ୍କର୍ମକାରୀ ଙ୍କ ପାଇଁ ଯେତେ କଠୋର ନିୟମ କରାଗଲେ ମଧ୍ୟ ସେମାନଙ୍କ ମାନସିକ ରେ ପରିବର୍ତନ ଆସୁନି I ତେବେ ବିହାର ରେ ଏମିତି ଏକ ଘଟଣା ଘଟିଛି ଯାହା ବର୍ବରତାର ସବୁ ସୀମା ଟପିଯାଇଛି I ବାପା ସାମ୍ନାରେ ଝିଅକୁ ଧର୍ଷଣ କରିଛନ୍ତି 6ଯୁବକ I ମିଳିଥିବା ସୂଚନା ଅନୁଯାଇ ଘଟଣାଟି ହେଉଛି ବିହାର କିଶନଗଞ୍ଜ ଥାନା ଅନ୍ତର୍ଗତ କୋଢ଼ୋବାଡ଼ି ଅଂଚଳର I ଏହି ଗ୍ରାମରେ ବିଳମ୍ବିତ ରାତିରେ ହଠାତ ପୀଡିତା ଙ୍କ ଘରେ କେହି ଦ୍ୱାର ବାଡେଇ ଡାକିଥିଲେ ଏବଂ ଜୋରରେ ଶୋଷ ଲାଗୁଚି କହି ପାଣି ମାଗିଥିଲେ I ଯୁବତୀଙ୍କ ବାପା ଘରୁ ପାଣି ଆଣି ଦେବା ସମୟରେ ହଠାତ 6ଜଣ ଯୁବକ ତାଙ୍କୁ ବାନ୍ଧିପକାଇଥିଲେ ଏବଂ ବାପା ସାମ୍ନାରେ ଝିଅକୁ ବଳାତ୍କାର କରିଥିଲେ ଅତି ଅମାନୁଷିକ ଭାବରେ I

ଦୁଷ୍କର୍ମ ପରେ ଯୁବତୀଙ୍କ ବାପାକୁ ଧମକ ଦେଇ କହିଯାଇଥିଲେ ଯେ ଯଦି କଥା ପ୍ରଘଟ ହୁଏ ତେବେ ତାଙ୍କୁ ଜୀବନରେ ମାରିଦିଆଯିବ I ତେବେ ସକାଳୁ ବାପା ଏନେଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତରଫରୁ ଚଢ଼ାଉ ଜାରି ରହିଥିବା ବେଳେ ଅଭିଯୁକ୍ତ ମାନେ ଫେରାର ହେଇଯାଇଛନ୍ତି I

ଅଭିଯୁକ୍ତ ମାନେ ହେଉଛନ୍ତି ସେହି ଗ୍ରାମର ଫୈଜ ଆଲାମ (୨୧),ତକସିର(୨୪), ଅବଦୁଲ ମନ୍ନାନ(୨୭), ଅଂଶାର(୩୫,କାସିମ(୩୫) I

Leave a Reply

Your email address will not be published. Required fields are marked *