ମାରିକି ଆଦିବାସୀ ବ୍ୟକ୍ତିଙ୍କ ମୁଣ୍ଡ ଛିଣ୍ଡେଇଦେବେ କେନ୍ଦୁଝର ର ଫରେଷ୍ଟର :ବାପ୍ ରେ କି ଦାଦାଗିରି ଦେଖନ୍ତୁ ଭିଡିଓ

ଜଙ୍ଗଲ ବିଭାଗର ସୁରକ୍ଷା ଏବଂ ଲୋକଙ୍କ ସୁବିଧା ପାଇଁ ଫରେଷ୍ଟ ମାନଙ୍କ ନିଯୁକ୍ତି I କିନ୍ତୁ ଲୋକଙ୍କ ସେବାପାଇଁ ନିଯୁକ୍ତ ହେଇଥିବା ଫରେଷ୍ଟର ଙ୍କ ଦାଦାଗିରି ଦେଖିବାକୁ ମିଳିଛି I ଘଟଣାଟି କେନ୍ଦୁଝର ଜିଲା ପାଟଣା ଫରେଷ୍ଟର ଙ୍କ I ଯାହାକି ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି I ମିଳିଥିବା ସୂଚନା ଅନୁଯାଇ କେନ୍ଦୁଝର ଜିଲା ପାଟଣା ଅଞ୍ଚଳର ଜୈନକ ଆଦିବାସୀ ନିଜ ପଟାଭୁକ୍ତ ଜମିରୁ ଇଉକାଲିପଟସ ଗଛ କାଟିବାକୁ ଫରେଷ୍ଟର ଙ୍କ ଅନୁମତି ମାଗିଥିଲେ ,କିନ୍ତୁ ଏଇଥିପାଇଁ ଫରେଷ୍ଟର ତାଙ୍କୁ 5000 ଟଙ୍କା ଲାଞ୍ଚ ମାଗିଥିବା ସେ ଅଭିଯୋଗ କରିଛନ୍ତି

I ଏନେଇ ସ୍ଥାନୀୟ କିଛି ଲୋକ ଫରେଷ୍ଟର ଙ୍କୁ ଏବାବଦରେ ପଚାରିବାରେ ଉତ୍ୟକ୍ତ ହେଇଯାଇଥିଲେ ଫରେଷ୍ଟର I ଶାଳୀନତାର ସୀମା ଭୁଲି ତୁ ତାକର ମଧ୍ୟ କରିବାକୁ ପଛାଇନଥିଲେ ଲୋକମାନଙ୍କୁ I କେବଳ ଏତିକି ନୁହେଁ ସିଧାସଳଖ କହିଥିଲେ ସେ କାହାକୁ ଡରନ୍ତି ନାହିଁ ମାରିକି ମୁଣ୍ଡ ଛିଣ୍ଡେଇଦେବେ ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି

I ଏନେଇ ଫରେଷ୍ଟର ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ I ତେବେ ଜଙ୍ଗଲ ଆଇନର ରକ୍ଷା ପାଇଁ ନିଯୁକ୍ତ ହେଇଥିବା ଫରେଷ୍ଟର କିପରି ଭାବେ ଆଇନ କୁ ହାତକୁ ନେଇ ଲୋକଙ୍କ ମୁଣ୍ଡ ଛିଣ୍ଡାଇ ଦେବେ ?? ଯାହାକି ଏବେ ଚର୍ଚାର ବିଷୟ ପାଲଟିଛି I

Leave a Reply

Your email address will not be published. Required fields are marked *