ଶ୍ମଶାନରେ ପୋତିଦେଇଥିଲେ ୧୨ କେଜି ସୁନା, ହୀରା, ୨୫ କୋଟି ଟଙ୍କା ,୪୩୩ କୋଟି ଟଙ୍କା ଜବତ କଲା ଆୟକର ବିଭାଗ

ସାଧାରଣତଃ ଅଧିକାଂଶ କମ୍ପାନୀ ଅଧିକ ଲାଭ କରୁଥିଲେ ମଧ୍ୟ ଲାଭାଂଶ କୁ ଲୁଚାଇ ଏହାର କୌଣସି ତଥ୍ୟ ଦେଇନଥାନ୍ତି ଏବଂ ସରକାରଙ୍କୁ ଇନକମ ଟ୍ୟାକ୍ସ ଫାଙ୍କିଥାନ୍ତି I ସେହିପରି ଜଣେ ବ୍ୟବସାୟୀ କୋଟିକୋଟି ଟଙ୍କା ର ତଥ୍ୟ ଲୁଚାଇଥିଲେ I ଜଣାପଡିବା ପରେ ଆୟକର ବିଭାଗ ତରଫରୁ ଚଢ଼ାଉ କରାଯାଉଥିଲେ ମଧ୍ୟ ବ୍ୟବସାୟୀ ଜଣଙ୍କ ବିଭିର୍ଣ୍ଣ ବାହାନା ଦେଖାଇ ଖସିଯାଉଥିଲେ I ଚଢ଼ାଉ ସମୟରେ କୌଣସି ବି ସ୍ଥାନରୁ କଳାଧନ ବିଷୟରେ ତଥ୍ୟ ଜଣାପଡ଼ିନଥିଲା I ପାଖାପାଖି 9ଦିନ ଧରି 72ଜାଗାରେ ଚଢ଼ାଉ କରି ମଧ୍ୟ ବିଫଳ ହେଇଥିଲା ଆୟକର ବିଭାଗ I

ତେବେ କୌଣସି ଗୁପ୍ତ ତଥ୍ୟରୁ ଅଚାନକ ନିକଟସ୍ଥ ସ୍ମଶାନ ରେ ଚଢ଼ାଉ କରିବାରେ ସାମ୍ନାକୁ ଆସିଥିଲା ଚକିତକର ଘଟଣା Iମଶାଣି ମାଟିରୁ ୨୫ କୋଟି ନଗଦ ଟଙ୍କା, ୧୨ କିଲୋଗ୍ରାମ ଓଜନର ସୁନା ଏବଂ ୬୨୬ କ୍ୟାରେଟ ହୀରା ଗହଣା ମିଳିଥିଲା I ଯାହାକୁ କି ବ୍ୟବସାୟୀ ଜଣଙ୍କ ଗାତଖୋଳି ପୋତିଦେଇଥିଲେ

I ଘଟଣାସ୍ଥଳରୁ ଆୟକର ବିଭାଗ ସମସ୍ତ ଜିନିଷକୁ ଜବତ କରିଥିଲା I ଏସବୁ ସମ୍ପତ୍ତିର ମୂଲ୍ୟ ପାଖାପାଖି ଆନୁମାନିକ ଭାବେ ୪୩ କୋଟି ଟଙ୍କା ହେବ I ଏହା ସହିତ ୪୩୩ କୋଟି ଟଙ୍କାର ସମ୍ପତି ଆୟକର ଜବତ କରିଛି I ଘଟଣା ଟି ଚେନ୍ନାଇ ର ଏବଂ ବ୍ୟବସାୟୀ ହେଉଛନ୍ତି ସରାବଣ ଷ୍ଟୋର ମାଲିକ ଯୋଗରଥିନମ ପଣ୍ଡୁରାଇ I

Leave a Reply

Your email address will not be published. Required fields are marked *