ଅପରାଜିତାଙ୍କ ପ୍ରତି ବଢୁଛି ପ୍ରବଳ ଜନସମର୍ଥନ ,ଭୁବନେଶ୍ୱର ରୁ ଲଢ଼ିବା ନେଇ ଚର୍ଚ୍ଚା

ନିର୍ବାଚନ ଯେତିକି ପାଖେଇ ଆସୁଛି ଦଳୀୟ ପ୍ରଚାର ସେତିକି ବଢ଼ିବାରେ ଲାଗିଛି I ବିଦ୍ଧିବଦ୍ଧ ଭାବରେ ନିର୍ବାଚନ ତାରିଖ ଘୋଷଣା ହେଇନଥିଲେ ମଧ୍ୟ ରାଜନୈତିକ ଦଳ ଗୁଡିକ ଜୋରଦାର ପ୍ରସ୍ତୁତି ଆରମ୍ଭ କରିସାରିଲେଣି I ତେବେ ଫୋକସ ରେ ରହିଛି ରାଜଧାନୀ ଭୁବନେଶ୍ୱର Iଭୁବନେଶ୍ୱର ରେ ସବୁଠୁ ଚର୍ଚା ରେ ଅଛନ୍ତି ପ୍ରଶାସିକା ରୁ ନେତ୍ରୀ ପାଲଟିଥିବା ଅପରାଜିତା ଷଡ଼ଙ୍ଗୀ I ବିଜେପି ରେ ମିଶିବା ପରେ ଅପରାଜିତା ଙ୍କୁ ନେଇ ଜୋରଦାର ଚର୍ଚା ହେଉଥିବା ବେଳେ ମାରାଥନ ପ୍ରଚାର ଜାରି ରଖିଛନ୍ତି ଅପରାଜିତା I

ପ୍ରତିଦିନ ବୁଲି ବୁଲି ଲୋକଙ୍କ ସହିତ ମିସୁଛନ୍ତି ,ଲୋକଙ୍କ ସମସ୍ୟା ସମାଧାନ ପାଇଁ ଉଦ୍ୟମ କରୁଛନ୍ତି I ୟା ମଧ୍ୟରେ ପାଖାପାଖି ବିଜେପି ରେ ମିଶିବାର 50ଦିନ ହେଇଗଲାଣି I ଏତେ କମ ସମୟ ମଧ୍ୟରେ ୪୫ଟି ଗାଁ ଏବଂ ଭୁବନେଶ୍ୱରର ୧୭ଟି ୱାର୍ଡ ରେ ନିଜର ମାରାଥନ ପ୍ରଚାର ଜାରି ରଖିଛନ୍ତି ଅପରାଜିତା I

ବୁଲି ବୁଲି ଲୋକଙ୍କ ସମସ୍ୟା ବିଷୟରେ ବୁଝୁଛନ୍ତି I ତେବେ ସବୁଆଡେ ତାଙ୍କୁ ପ୍ରବଳ ଜନସମର୍ଥନ ମିଳୁଥିବା ଦେଖିବାକୁ ମିଳିଛି I ଯଦିଓ ଚର୍ଚା ଚାଲିଛି କି ଭୁବନେଶ୍ୱର ରୁ ଅପରାଜିତା ଲଢ଼ିବେ ତେବେ ଏନେଇ ଦଳୀୟ ସୂଚନା କିଛି ଦିଆଯାଇନାହିଁ I

କିନ୍ତୁ ଅପରାଜିତା ଙ୍କ ପ୍ରତି ବଢୁଥିବା ସମର୍ଥନ ଦେଖିଲେ ଅନ୍ତତ ଗୋଟିଏ କଥା ଜଳଜଳ କରି ଦେଖାଯାଉଛି ଯେ ଆଗାମୀ ନିର୍ବାଚନ ରେ ଅପରାଜିତା ଙ୍କ ସହିତ ଯିଏ ବି ବିପକ୍ଷ ରହିବେ ତାଙ୍କୁ କଡା ଟକ୍କର ଦେବାକୁ ପଡିବ I

Leave a Reply

Your email address will not be published. Required fields are marked *