ଢେଙ୍କାନାଳ ରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ :12 ତାରିଖରେ ବିଜେପି ପକ୍ଷରୁ 12ଘଣ୍ଟିଆ ଢେଙ୍କାନାଳ ବନ୍ଦ

ଢେଙ୍କାନାଳ ରେ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ଭୁଶୁଡିପଡିଥିବା ସହ ଢେଙ୍କାନାଳ ବାସି ବିଜୁ ସ୍ୱାସ୍ଥ୍ୟ ଯୋଜନାର କୌଣସି ସୁଫଳ ପାଇପାରୁନାହାନ୍ତି I ଅନାବଶ୍ୟକ ଭାବେ ବାଜି ଚୌକ ନିକଟରୁ ଢେଙ୍କାନାଳ ହସ୍ପିଟାଲ କୁ ଦକ୍ଷିଣକାଳୀ ରୋଡ଼ ନିକଟକୁ ଉଠାଇଦିଆଯାଇଛି I ନୂତନ ଜିଲ୍ଲା ଚିକିତ୍ସାଳୟ ରେ ଆବଶ୍ୟକ ଡାକ୍ତର ଏବଂ ମେକାନିକ ନଥିବାରୁ ଆଧୁନିକ ସରଞ୍ଜାମ ସବୁ ନଷ୍ଟ ହେଉଥିବା ବେଳେ ରୋଗୀ ମାନଙ୍କୁ କଟକ ପଠାଯାଉଥିବା ବିଜେପି ପକ୍ଷରୁ କୃଷ୍ଣ ପାତ୍ର ଅଭିଯୋଗ କରିଛନ୍ତି

Iଏହା ସହିତ କେନ୍ଦ୍ରୀୟ ଆୟୁସ୍ମାନ ଯୋଜନା ଲାଗୁକରିବା ସହ ବାଜି ଚୌକ ନିକଟସ୍ଥ ହସ୍ପିଟାଲ କୁ ସିଟି ହସ୍ପିଟାଲ ମାନ୍ୟତା ଦେବା ,ନୂତନ ହସ୍ପିଟାଲ ରେ ଆବଶ୍ୟକ ଡାକ୍ତର ନିଯୁକ୍ତ ଦେବାକୁ ଢେଙ୍କାନାଳ ବିଜେପି ତରଫରୁ 12ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି I

12ତାରିଖ ସକାଳ 6ରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ଡାକରା ଦିଆଯାଇଥିବା ବେଳେ ରାସ୍ତାଘାଟ ,ବ୍ୟାଙ୍କ ,ଶିକ୍ଷାନୁଷ୍ଠାନ ଏବଂ ସରକାରୀ ବେସରକାରୀ କାର୍ଯ୍ୟାଳୟ ସବୁ ବିଜେପି ତରଫରୁ ବନ୍ଦ କରାଯିବ ବୋଲି ସୂଚନା ଦିଆଯାଇଛି I

Leave a Reply

Your email address will not be published. Required fields are marked *