କଂଗ୍ରେସ ର ତିନିଥର ହାରିଥିବା ନେତାଙ୍କ ମିଳିବନି ଟିକେଟ !! ଲିଷ୍ଟ ରେ ଆସୁଛନ୍ତି ହେଭିୱେଟ ;ଟିକେଟ ପାଇବେ ନା କଟିବ ??

ଆଗକୁ ନିର୍ବାଚନ ପାଖେଇ ଆସୁଥିବା ବେଳେ ସମସ୍ତଙ୍କ ଫୋକସ ରେ ଅଛି ଓଡିଶା I ତିନିଥର ହାରିଥିବା ନେତାଙ୍କୁ ମିଳିବନି ଟିକେଟ ,କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଏପରି କଡା ଟ୍ୱିଟ ପରେ ଛନକା ପଶିଛି କଂଗ୍ରେସ ର ବହୁ ହେଭି ୱେଟ ନେତାଙ୍କ ଭିତରେ I ରାଜ୍ୟରେ ୨ନମ୍ବର ଦଳ ଥିବା କଂଗ୍ରେସ ନିକଟରେ ତିନି ନମ୍ବର କୁ ଖସିଯାଇଛି I ନବ ଦାସ ,ଯୋଗେଶ ,ଶଗରିଆ ,ଶ୍ରୀକାନ୍ତ ,ପ୍ରଣୟ ଙ୍କ ଭଳି ଟାଣୁଆ ନେତା ଦଳ ଛାଡିଛନ୍ତି I ଗୋଟେପଟେ କଂଗ୍ରେସ ରେ ନେତା ଅଭାବ ରହିଥିବା ବେଳେ ଆଉ ଜୀଏବି ଆଖିଦୃଶିଆ ଅଛନ୍ତି ସେମାନେ ପରାଜିତ ପ୍ରାଥୀ I ଯଦି ତିନିଥର ହାରିଥିବା ନେତାଙ୍କ ଟିକେଟ କାଟ ହୁଏ ତେବେ ଏଥିରେ ଆସୁଛନ୍ତି ବହୁ ହେଭି ୱେଟ ନେତା I ସବୁବେଳେ ଗଣମାଧ୍ୟମର ଶୀର୍ଷରେ ରହୁଥିବା ଜଟଣୀର ବଳିଷ୍ଠ ନେତା ସୁର ରାଉତରାୟ ,

କେନ୍ଦ୍ରାପଡା ର ଗଣେଶ୍ବର ବେହେରା ,ପିପଲିର ଜୁଧିଷ୍ଟିର ସମାନ୍ତରା, କଟକର ସୁରେଶ ମହାପାତ୍ର, ବଲାଙ୍ଗୀରର ଶରତ ପଟ୍ଟନାୟକ ଙ୍କ ସମେତ ଅନେକ ଟାଣୁଆ ନେତା I ଏମାନେ ସମସ୍ତେ ତିନିଥର ହାରିଥିବାରୁ ଏବେ ଡେଂଜର ଜୋନ ରେ ରହିଛନ୍ତି I ଆଗାମୀ ନିର୍ବାଚନ ରେ ଟିକେଟ ମିଳିବ କି ନା ତାହା ଫେବୃଆରୀ ମାସ ଶେଷ ଭିତରେ ଜଣାପଡିବ I

Leave a Reply

Your email address will not be published. Required fields are marked *