ଢେଙ୍କାନାଳ ରେ ଆଜି ପ୍ରଧାନମନ୍ତ୍ରୀ ରୋଜଗାର ମେଳା ଥିବାବେଳେ ବିଜେପି ର 12ଘଣ୍ଟିଆ ବନ୍ଦ ଡାକରା

ଢେଙ୍କାନାଳ ରେ ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ଭୁଶୁଡି ପଡିଥିବା ଅଭିଯୋଗ କରି ବିଜେପି ପକ୍ଷରୁ କୃଷ୍ଣଚନ୍ଦ୍ର ପାତ୍ର ଙ୍କ ନେତୃତ୍ୱରେ ଦୁଇଦିନ ତଳେ ଏକ ପ୍ରେସ ମିଟ ଡକାଯାଇଥିଲା I 12ତାରିଖ ଅର୍ଥାତ ଆଜି ବିଜେପି ପକ୍ଷରୁ 12ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା I

ବନ୍ଦ କୁ ସଫଳ କରିବାକୁ କର୍ମୀ ମାନେ ଗତକାଲିଠାରୁ ଜୋରଦାର ପ୍ରୟାସ ଜାରିରଖିଥିବା ବେଳେ ଆଜି ରାସ୍ତାଘାଟ ,ବଜାର ,ବସ ଚଳାଚଳ ବନ୍ଦ ରହିଛି I କର୍ମୀମାନେ ମଧ୍ୟ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି

I ତେବେ ସବୁଠୁ ବଡ କଥା ହେଉଛି ବେକାରୀ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଦେବାପାଇଁ ଆଜି ଢେଙ୍କାନାଳ ରେ ସିନର୍ଜି ବୈଷୟିକ ମହାବିଦ୍ୟାଳୟ ୱେବ ସକାଳ 10ଘଟିକାରୁ ସନ୍ଧ୍ୟା 4ଘଟିକା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରୋଜଗାର ମେଳା ଆୟୋଜିତ କରାଯାଉଛି I ଗୋଟେ ପଟେ ପ୍ରଧାନମନ୍ତ୍ରୀ ନିଯୁକ୍ତି ମେଳା ଚାଲିଥିବା ବେଳେ ଅନ୍ୟପଟେ ବିଜେପି ନେତା ଢେଙ୍କାନାଳ ବନ୍ଦ ଡାକରା ଦେବା ସହଜରେ ବୁଝିହେଉନି I ଢେଙ୍କାନାଳ ବନ୍ଦ ପାଇଁ ବହୁ ବେକାରୀ ଯୁବକ ଯୁବତୀ ନିଯୁକ୍ତି ମେଳାରେ ଯୋଗ ଦେଇପାରିନାହାନ୍ତି I

ଚର୍ଚା ଚାଲିଛି କି ଢେଙ୍କାନାଳ ରେ ବିଜେପି ଦୁଇ ଭାଗରେ ବିଭକ୍ତ ହେଇସାରିଛି I ଯେଉଁଥିପାଇଁ ଏ ବନ୍ଦ ଡାକରା ଦିଆଯାଇଛି I ତେବେ ଢେଙ୍କାନାଳବିଜେପି ର ଦୁଇ ଦୁଇଟି କଥା ଯଥା ଗୋଟେ ପଟେ ନିଯୁକ୍ତି ଡାକରା ଅନ୍ୟପଟେ ବନ୍ଦ ଡାକରା କୁ ନେଇ ସାରା ଅଞ୍ଚଳ ରେ ଦ୍ଵନ୍ଦ ଦେଖାଯାଇଛି I

Leave a Reply

Your email address will not be published. Required fields are marked *