କାଳିଆ ଯୋଜନା ର ଶେଷ ଲିଷ୍ଟ କେବେ ଆସିବ?

ସବୁ ଲୋକମାନେ ସମ୍ପୂର୍ଣ୍ଣ ଅପେକ୍ଷା ରେ ଥିଲେ କି କାଳିଆ ଯୋଜନା ର ପଇସା କେତେ ତାରିଖ ରେ ଆସିବ। କିନ୍ତୁ ବର୍ତ୍ତମାନ କଳିଆଯୋଜନା ର ଦ୍ଵିତୀୟ ପର୍ଯ୍ୟାୟ ର ଲିଷ୍ଟ ରେ ନାମ ଥିବା ଲୋକଙ୍କ ଆକାଉଣ୍ଟ୍ କୁ ପଇସା ଆସିଯିବ। ଏହାର ତାରିଖ ମଧ୍ୟ ଘୋଷଣା ସରିଛି। ଏହି ତାରିଖ ହେଉଛି ୧୫ ତାରିଖ ଓ ୨୨ ତାରିଖ। ବର୍ତ୍ତମାନ ର ଖବର ଅନୁଯାୟୀ ସମସ୍ତ ଭୂମିହୀନ ଲୋକମାନେ ଯେଉଁ ଲୋକଙ୍କ ନାମ ଦ୍ଵିତୀୟ ପର୍ଯ୍ୟାୟ ରେ ଥିବ ସେମାନଙ୍କ ଆକାଉଣ୍ଟ୍ କୁ ୧୫ ତାରିଖ ରେ ପଇସା ଆସିଯିବ ଓ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଯେଉଁମାନଙ୍କ ନାମ ଦ୍ଵିତୀୟ ପର୍ଯ୍ୟାୟ ଲିଷ୍ଟ ରେ ଥିବ ସେମାନଙ୍କ ଆକାଉଣ୍ଟ୍ କୁ ୨୨ ତାରିଖ ରେ ପଇସା ଆସିଯିବ।

ତେବେ ଏହି ଯୋଜନା ରେ ସାଢ଼େ ଚରିଲକ୍ଷ ଭୂମିହୀନ ଲୋକ ଉପକୃତ ହେବେ ଓ ୧୩ ରୁ ୧୪ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହେବେ। କିନ୍ତୁ ଆପଣଙ୍କ ନାମ ଲିଷ୍ଟ ରେ ଅଛି କି ନାହିଁ ଦେଖିବା ପାଇଁ ଆପଣ kalia.co.in ୱେବସାଇଟ ରେ ଦେଖି ପାରିବେ।
ଏହି ଲିଷ୍ଟ ରେ ନାମଥିବା ସମସ୍ତ ଚାଷୀ ମାନେ ଉପକୃତ ହୋଇପାରିବେ। ସମସ୍ତଙ୍କ ଆକାଉଣ୍ଟ୍ କୁ ପଇସା ଯିବ। ଭୂମିହୀନ ମାନେ ୧୫ ତାରିଖ ରେ ପଇସା ପାଇ ପାରିବେ ଓ ୨୨ ତାରିଖ ରେ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନେ ପଇସା ପାଇପାରିବେ।

Leave a Reply

Your email address will not be published. Required fields are marked *