ପୁଅର ସ୍ବପ୍ନ ପୂରଣ କରିବାକୁ ନିଜ ଜମି ବିକିଦେଇ ବୋହୂକୁ ଆଣିଲେ ହେଲିକପ୍ଟର ରେ :ପ୍ରଥମ ଥର ଗାଁରେ ଓହ୍ଲାଇଲା ହେଲିକପ୍ଟର

ସମସ୍ତଙ୍କର ଇଛା ଥାଏ ତାଙ୍କ ବାହାଘର କୁ ସ୍ୱତନ୍ତ୍ର ଏବଂ ଭିର୍ଣ୍ଣ କରିବାକୁ I ଜୀବନର ଏହି ବିଶେଷ ଦିନକୁ ସବୁଦିନ ପାଇଁ ସ୍ମରଣୀୟ କରି ରଖିବାକୁ I ତେବେ ହରିୟାଣା ସୋନିପତ ହସନଗଡ ଗାଁରେ ଦେଖିବାକୁ ମିଳିଛି ଏକ ନୂଆ କଥା I ଗ୍ରାମର ରତବୀର ସିଂ ଯାଦବ ଙ୍କ ଘରେ ଚାଲିଥିଲା ବିବାହ ଉତ୍ସବ I ଝିଅ ସନ୍ତୋଷିଙ୍କର ବିବାହ ହେଉଥିଲା I ରତବୀର ଜଣେ ଗରିବ ଚାଷୀ ପରିବାର ର I କିନ୍ତୁ ଝିଅ ବାହାଘରରେ ବର ହେଲିକପ୍ଟର ନେଇ ପହଞ୍ଚିଥିଲା କନ୍ୟାଘରେ I ଗାଁ ରେ ପ୍ରଥମ ଥର ପାଇଁ ହେଲିକପ୍ଟର ଦେଖିବାକୁ ପ୍ରବଳ ଭିଡ ଜମିଥିଲା I ତେବେ ସବୁଠୁ ବଡ କଥା ହେଉଛି ବରଘର ମଧ୍ୟ କୋଉ ଧନୀ ପରିବାର ର ନୁହନ୍ତି I ଜଣେ ସାଧାରଣ ପରିବାର ର I

କିନ୍ତୁ ନିଜ ପୁଅର ବିବାହ କୁ ସ୍ମରଣୀୟ କରିବାକୁ ବର ର ବାପା ନିଜ ଚାଷ ଜମିକୁ ବିକିଦେଇ ପୁଅ ପାଇଁ ହେଲିକପ୍ଟର ରେ କନ୍ୟାଘରେ ପହଞ୍ଚାଇଥିଲେ I ଘଟଣାଟି ସାରା ଅଞ୍ଚଳ ରେ ଚର୍ଚାର ବିଷୟ ପାଲଟିଥିବା ବେଳେ ଏଭଳି ବାପା ପାଇଥିବା ଯୋଗୁଁ ନିଜକୁ ଗର୍ବ କରୁଥିଲେ ବର ବେଶରେ ଆସିଥିବା ସଞ୍ଜୟ I

Leave a Reply

Your email address will not be published. Required fields are marked *