ବନ୍ଦ ହେବ ‘ ଟିକ୍ ଟକ୍’ ଆପ୍ ଏହାଦ୍ୱାରା ଯୁବପିଢୀ ପଥଭ୍ରଷ୍ଟ ହେଉଛନ୍ତି

ବର୍ତମାନ ଚାଲିଛି ସୋସିଆଲ ମିଡ଼ିଆର ଯୁଗ I ସାମାଜିକ ଗଣାମଧ୍ୟମ ରେ କ୍ଷଣିକ ଭିତରେ ଏ ଅଂଚଳର ଖବର ବିଶ୍ୱର ଯେ କୌଣସି ଅଞ୍ଚଳରେ ପହଞ୍ଚିପାରୁଛି I ତେବେ ଏହାର ଯେତିକି ଲାଭ ହେଉଛି ସେତିକି କ୍ଷତି ମଧ୍ୟ ହେଉଛି I ଦିନକୁ ଦିନ ସୋସିଆଲ ମିଡିଆରେ ମିଥ୍ୟା ଖବର ମଧ୍ୟ ଦ୍ରୁତ ଭାବରେ ଭାଇରଲ ହେବାରେ ଲାଗିଛି I ତେବେ ଭିଡିଓ ପ୍ଲାଟଫର୍ମ ‘ଟିକ୍ ଟକ୍’ ଆପ୍ ବହୁତ ଜଲ୍ଦି ଲୋକପ୍ରିୟ ହେଇପାରିଛି I ଏହାର ବିଶେଷତ୍ୱ ହେଉଛି ମାତ୍ର ଅଳ୍ପ ସମୟ ମଧ୍ୟରେ ମଜାଳିଆ ଭିଡିଓ ତିଆରି କରି ଲୋକଙ୍କୁ ହସାଇବା I ଏହି ଆପ୍ସ ର ଦିନକୁ ଦିନ ଦ୍ରୁତଗତିରେ ଲୋକପ୍ରିୟତା ବଢ଼ିବାରେ ଲାଗିଥିବା ବେଳେ ଏହାର ଖରାପ ଦିଗ ମଧ୍ୟ ସାମ୍ନାକୁ ଆସିଛି I

ଏହି ଆପ୍ସ ରେ ଅନେକ ଯୁବ ଗୋଷ୍ଠୀ ଖରାପ ଅଶ୍ଳୀଳ ଭିଡିଓ ପୋଷ୍ଟ କରୁଛନ୍ତି I ଏହାକୁ ତୁରନ୍ତ ବନ୍ଦ କରିବାକୁ ତାମିଲନାଡୁ ସରକାର ପ୍ରସ୍ତାବ ଦେଇଛନ୍ତି I ଏହା ଦ୍ୱାରା ହିଂସା ,,ଅଶ୍ଳୀଳତା ନଗ୍ନତା ବଢ଼ିବାରେ ଲାଗିଛି I ବିଜେପି ସାଂସଦ ରାଜୀବ ଚନ୍ଦ୍ରଶେଖର ତୁରନ୍ତ ଏହି ଆପ୍ସ କୁ ବନ୍ଦ କରିବାକୁ ଦାବି କରିଛନ୍ତି ।

ଏନେଇ ବିସ୍ତୃତ ଆଲୋଚନା ପରେ ଯାହାବି ପଦକ୍ଷେପ ଗ୍ରହଣ କରାଯିବ I ତେବେ ଏହା ବନ୍ଦ ହେବା କଥା ଶୁଣି ଯୁବପିଢ଼ି ଛାନିଆ ହେଇଗଲେଣି I

Leave a Reply

Your email address will not be published. Required fields are marked *