ବାଡ଼ି ବରକୋଳି ଖାଇବା ଦ୍ୱାରା ମିଳିଥାଏ 8ଟି ଆଶ୍ଚର୍ଯ୍ୟ ଜନକ ଫାଇଦା ,

ପ୍ରାୟତଃ ଶୀତଦିନରେ ବାଡ଼ି ବରକୋଳି ବହୁଳ ମାତ୍ରାରେ ଦେଖାଯାଇଥାଏ I ବଜାର ହାଟରେ ବରକୋଳି ଦେଖିଲା ମାତ୍ରେ ପାଟିରୁ ଲାଲ ବାହାରିଥାଏ I ଏହା ସାଧାରଣତଃ ଖଟା ଲାଗିଥିଲେ ବି ଏହାର ସ୍ୱାଦ ପାଇଁ ସମସ୍ତେ ଏହାକୁ ପସନ୍ଦ କରିଥାନ୍ତି Iବରକୋଳିରୁ ଚକି ,ଖଟା , ଆଚାର ପ୍ରସ୍ତୁତ କରାଯାଇଥାଏ I ତେବେ ବରକୋଳି ଯେ କେବଳ ପାଟିକୁ ସୁଆଦିଆ ତାହା ନୁହେଁ ଏହାକୁ ଖାଇବା ଦ୍ୱାରା ଶରୀର କୁ ଅନେକ ଫାଇଦା ମିଳିଥାଏ I

1)ବରକୋଳିରେ କମ କ୍ୟାଲୋରୀ ରହିଥାଏ ଏହା ଖାଇବା ଦ୍ୱାରା ମେଦ ବହୁଳ ରୋଗୀମାନଙ୍କ ପାଇଁ ଓଜନ କମାଇବାରେ ସାହାଯ୍ୟ କରିଥାଏ 2)ବରକୋଳିରେ ପ୍ରଚୁର ଆଣ୍ଟି ଅକ୍ସିଡାଣ୍ଟ ରହିଥାଏ ଯାହାକି ଲିଭର ସମ୍ପର୍କିତ ସମସ୍ତ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ I 3) ଏହା ସହିତ ଶରୀରର ଇମ୍ୟୁନ୍‌ ସିଷ୍ଟମ୍‌ ବୃଦ୍ଧି ହେଇଥାଏ ଫଳରେ ଥଣ୍ଡା କାଶ କଫ ସହଜରେ ହେଇନଥାଏ I

4)ବରକୋଳିରେ କ୍ୟାଲସିୟମ ଏବଂ ଫସଫରସ ମଧ୍ୟ ରହିଥାଏ ଯାହାକି ଦାନ୍ତ ଏବଂ ହାଡ଼କୁ ଶକ୍ତ କରିଥାଏ I 5)କୋଳିରେ ଅନେକ କମ୍‌ କ୍ୟାଲୋରୀ ରହିଥାଏ ତେଣୁ ଏହା ଶରୀରୁ ଓଜନ କମାଇବାରେ ମଧ୍ୟ ସହାୟକ ହୁଏ।6) କ୍ୟାନ୍ସର ଏକ ବଡ ବ୍ୟାଧି ତେବେ ବରକୋଳି ଖାଇବା ଦ୍ୱାରା କ୍ୟାନସର ର ଭୟ ନଥାଏ I ପ୍ରାଥମିକ ପର୍ଯ୍ୟIୟରେ କ୍ୟାନ୍ସର କୋଶିକା କୁ ଏହା ରୋକିଥାଏ I

7) ଶୀତଦିନେ ସାଧାରଣତଃ ତ୍ୱଚା ଶୁଷ୍କ ରହିଥାଏ ତେବେ ବରକୋଳି ଖାଇବା ଦ୍ୱାରା ତ୍ୱଚାର ଉଜ୍ୱଳତା ଆସିଥାଏ I 8)ଅଧିକାଂଶ ଲୋକଙ୍କର କୋଷ୍ଠକାଠିନ୍ୟ ଏକ ପ୍ରମୁଖ ସମସ୍ୟା ହେଇଥାଏ ତେବେ ବରକୋଳି ଖାଇବା ଦ୍ୱାରା ଲାଭ ମିଳିଥାଏ I

Leave a Reply

Your email address will not be published. Required fields are marked *