ବାପା ମା ଙ୍କ ବିନା ଅନୁମତି ରେ ପ୍ରେମ ବିବାହ କରିବେ ନାହିଁ ବୋଲି ଭାଲେଣ୍ଟାଇନ ଡ଼େରେ ଶପଥ ନେବେ ୧୦ହଜାର ଛାତ୍ରଛାତ୍ରୀ

ପ୍ରେମ ସତ୍ୟ,ପ୍ରେମ ସୁନ୍ଦର ,ପ୍ରେମ ଚିରନ୍ତନ I ତେବେ ଆଜିକାଲିକା ଯୁଗରେ ପ୍ରେମରେ କଳଙ୍କ ଲାଗିଗଲାଣି I ଅଧିକାଂଶ ସମୟରେ ଦେଖିବାକୁ ମିଳୁଛି ପ୍ରେମରେ ଧୋକା I ପ୍ରେମ ଯେପରି କେବଳ ଶାରୀରିକ ସମ୍ପର୍କ ରେ ବଦଳିଯାଇଛି I ପ୍ରେମିଯୋଡ଼ି ଖୋଲା ଆକାଶ ତଳେ ଘୁରି ବୁଲିବାକୁ ପସନ୍ଦ କରୁଛନ୍ତି Iଭଲପାଇ ବାପାମା ଙ୍କ ମନରେ ଦୁଃଖଦେଇ ପ୍ରେମକୁ ପାଇବାକୁ ଘର ଛାଡ଼ୁଛନ୍ତି କିନ୍ତୁ ଦୁଃଖ ଏବଂ ପ୍ରତାରଣା ପାଉଛନ୍ତି I

ପ୍ରେମ ସପ୍ତାହ ଚାଲିଥିବା ବେଳେ ଆସନ୍ତା କାଲି ଫେବୃଆରୀ 14ରେ ଗୁଜରାଟ ସୁରତ ରେ ଏକ ଏତିହାସିକ ନିଷ୍ପତି ନିଆଯିବ ଯାହାକୁ ନେଇ ଏବେଠୁ ଚର୍ଚା ଜୋର ଧରିଛି I ପ୍ରେମ ସତ୍ୟ କିନ୍ତୁ ଏହି ପ୍ରେମ ବାପାମା ଙ୍କ ଠାରୁ ଅଧିକ କେହି ଦେଇପାରିବେନି ,ବାପା ମା ଙ୍କ ଭଲପାଇବା ସ୍ୱର୍ଗଠୁ ବଡ ,ସେମାନେ ସବୁବେଳେ ସନ୍ତାନ ର ଭଲ ହିଁ ଚାହିଁଥାନ୍ତି I

ତେଣୁ ବାପାମା ଙ୍କୁ ଦୁଃଖ ଦେଇ କେହିବି ସୁଖ ରେ ରହିପାରିବନି ସେଥିପାଇଁ ଆସନ୍ତା କାଲି ଭାଲେଣ୍ଟାଇନ୍ସ ଡେରେ ସୁରତର ୧୨ଟି ସ୍କୁଲ୍‌ର ୧୦୦୦୦ ରୁ ଉର୍ଧ ଛାତ୍ର ଛାତ୍ରୀ ବାପାମା ଙ୍କ ପାଇଁ ଶପଥ ନେବେ ଯେ ଜୀବନରେ ବାପାମାଆ ସମ୍ମତି ନନେଇ ସେମାନେ କେଭେଁବି ପ୍ରେମ ବିବାହ କରିବେ ନାହିଁ I ବାପାମା ଙ୍କ ସମ୍ମତି ରେ ସେମାନେ ବିବାହ କରିବେ I ଏନେଇ ଏକ ସ୍ବେଛାସେବୀ କାର୍ଯ୍ୟକ୍ରମ କୁ ଆୟୋଜନ କରିଛି I

Leave a Reply

Your email address will not be published. Required fields are marked *