ଜିଓ ପାଇଁ ବନ୍ଦ ହେବ ବିଏସ୍‌ଏନ୍‌ଏଲ୍‌, ଅନ୍ଧାରରେ ୧.୮ଲକ୍ଷ କର୍ମଚାରୀ ଙ୍କ ଭବିଷ୍ୟତ

ଟେଲିକମ ଜଗତରେ ହଠାତ ଜିଓ ର ପ୍ରବେଶ ପରେ ସତେଯେପରି ଏକ ବିପ୍ଳବ ସୃଷ୍ଟି ହେଇଥିଲା I ଯୁଆଡେ ଦେଖ କେବଳ ଜିଓ ହିଁ ଜିଓ I ତେବେ ଜିଓର ଅତ୍ୟଧିକ ଲୋକପ୍ରିୟତା ଅନ୍ୟ ଟେଲିକମ କମ୍ପାନୀ ମାନଙ୍କର ଅହେତୁକ କ୍ଷତି ଘଟାଇଲାଣି I ଏଥିରେ ସରକାରୀ ସଂସ୍ଥା ଭାରତ ସଂଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌) ମଧ୍ୟ ସାମିଲ I ଜିଓ ଆସିବା ପରେ ବିଏସଏନଏଲ ରେ ପାଖାପାଖି ପୂର୍ଵ ବର୍ଷ ୨୦୧୭-୧୮ପାଇଁ ୩୧ ହଜାର୨୮୭ କୋଟି କ୍ଷତି ହେଇଚି I ଯାହାକି କମ୍ପାନୀ କୁ ସମ୍ପୂର୍ଣ୍ଣ ଦେବାଳିଆ କରିଦେଇଛି I କମ୍ପାନୀକୁ ପୁନର୍ବାର ପୂର୍ବ ଅବସ୍ଥାକୁ କୁ ଫେରେଇ ଆଣିବାକୁ ଉଦ୍ୟମ କରାଯାଉଥିଲେ ମଧ୍ୟ ସମ୍ଭବ ପର ହେଉନି I ତେଣୁ ବାଧ୍ୟ ହେଇ ସବୁଦିନ ପାଇଁ ସଂସ୍ଥା ରେ ଚାବି ପକାଇବାକୁ ସରକାର ଚିନ୍ତା କରୁଛନ୍ତି Iବର୍ତମାନ ବିଏସଏନଏଲରେ ୧.୮ଲକ୍ଷ କର୍ମଚାରୀ କାର୍ଯ୍ୟ କରୁଛନ୍ତି ଯାହାକି କମ୍ପାନୀ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି I

ଏମାନଙ୍କୁ ଦରମା ଦେବା କମ୍ପାନୀ ପାଇଁ ସମ୍ଭବ ପର ହେଉନାହିଁ I ତେଣୁ କର୍ମଚାରୀଙ୍କ ବୟସ ସୀମା ୬୦ରୁ ହ୍ରାସ କରି ୫୮ବର୍ଷ କରାଯିବା ସହିତ ଅଧିକାଂଶ କର୍ମଚାରୀ ଙ୍କୁ VRS ଦେବା ପାଇଁ କମ୍ପାନୀ ଚିନ୍ତା କରୁଛି I

Leave a Reply

Your email address will not be published. Required fields are marked *