ଗୁଳି ବାଜି ଛାତିରୁ ବହୁଥିଲା ରକ୍ତ କିନ୍ତୁ ହସ୍ପିଟାଲ ନଯାଇ ୬କିମି ବାଇକ୍‌ ଚଳାଇ ପ୍ରଥମେ ଝିଅକୁ ପରୀକ୍ଷାକେନ୍ଦ୍ର ରେ ଛାଡିଲେ ବାପା

ଛାତିରେ ବାଜିଥିଲା ଗୁଳି , ରକ୍ତ ବୋହିଯାଉଥିଲା କିନ୍ତୁ ତାକୁ ଖାତିର କରୁନଥିଲେ ଜଣେ ବାପା I ନିଜ ଝିଅକୁ ସେହି ଆହତ ଅବସ୍ଥାରେ ୬କିମି ପର୍ଯ୍ୟନ୍ତ ବାଇକ ଚଳାଇ ସ୍କୁଲ ର ପରୀକ୍ଷା କେନ୍ଦ୍ରରେ ଛାଡିଥିଲେ I ଘଟଣାଟି ଏବେ ଚର୍ଚା ର ବିଷୟ ପାଲଟିଥିବା ବେଳେ ଜଣେ ଝିଅପ୍ରତି ବାପାର ଭଲପାଇବା ସାମ୍ନାକୁ ଆସିଛି I ସୂଚନା ଅନୁଯାଇ ବିହାର ବୀରପୁରରେ ଆରଜେଡି ନେତା ରାମକୃପାଳ ମହତୋ ଙ୍କ ଝିଅ ଦାମିନୀ ର ପରୀକ୍ଷା ଚାଲୁଥିଲା ତେଣୁ ନିଜେ ବାପା ବାଇକ ରେ ବସାଇ ପରୀକ୍ଷା କେନ୍ଦ୍ରକୁ ନେଉଥିବା ସମୟରେ କିଛି ଦୁର୍ବୁର୍ତ ତାଙ୍କ ଉପରକୁ ଗୁଳି ଚଳାଇଥିଲେ I ଗୁଳି ସିଧା ଛାତିରେ ବାଜିଥିଲା ଏଥିରେ ବାପା ଜଣଙ୍କ ଆହତ ହେଇଥିଲେ I

ତେବେ ହସ୍ପିଟାଲ ଯିବା ପରିବର୍ତେ ପ୍ରଥମେ ନିଜ ଝିଅକୁ ପରୀକ୍ଷା କେନ୍ଦ୍ର ରେ ଛାଡି ପରେ ହସ୍ପିଟାଲ ଯାଇଥିଲେ ବାପା I ଏବେ ଚିକିତ୍ସା ଚାଲୁଛି ଏବଂ ବାପା ଜଣଙ୍କ ଭଲ ଅଛନ୍ତି ତେବେ ଘଟଣାଟି ସାରା ଅଞ୍ଚଳରେ ଚର୍ଚାର ବିଷୟ ପାଲଟିଛି I

Leave a Reply

Your email address will not be published. Required fields are marked *