ମଧ୍ୟପ୍ରଦେଶ ସ୍ଥିତ ଗ୍ୱାଲିଅର୍ ରେ ରହୁଥିବା ଇଞ୍ଜିନିୟର ଜୟସିଂହ ନରବରିଆଙ୍କ ବୃଦ୍ଧ ମା ରୋଗଗ୍ରସ୍ତ ଥିଲେ।ଶୌଚାଳୟ ଯିବାକୁ ହେଲେ ଜୟସିଂହ ଏବଂ ତାଙ୍କ ପତ୍ନୀ ମିଶି ତାଙ୍କୁ ଶୌଚାଳୟ ନିଅନ୍ତି।ଶୌଚାଳୟ ଘର ବାହାରେ ଥିଲା।ଏମିତି ସବୁଦିନ ହେଉଥିଲା।ଦିନେ ତାଙ୍କ ମାଆ ଙ୍କ ଦେହ ବହୁତ୍ ଖରାପ୍ ଥିଲା।ରାତିରେ ତାଙ୍କୁ ଶୌଚାଳୟ ଯିବାର ଥିଲା।
ବହୁ କଷ୍ଟରେ ଚାଲି ସେ ଶୌଚାଳୟ ଗଲେ।ମାତ୍ର ସେ ଶୌଚାଳୟ ରେ ବସି ପାରିଲେ ନାହିଁ। ମାଆ ଙ୍କ ଏହି ସମସ୍ୟା ଦେଖି ପୁଅ ଜୟସିଂହ ନିଷ୍ପତି ନେଲେ ମାଆ ଙ୍କ ପାଇଁ ଏକ ଟଏଲେଟ୍ ଚେୟାର ନିର୍ମାଣ କରିବେ।ଏହାପରେ ସେ ଦିନ ରାତି ପରିଶ୍ରମ କରି ଚକ ଲାଗିଥିବା ବାୟୋ ଟଏଲେଟ୍ ଚେୟାର ପ୍ରସ୍ତୁତ କଲେ।ଚେୟାର ର ଠିକ୍ ତଳକୁ ଏକ ଟିଣ ବାକ୍ସ ଥିଲା।ଏବଂ ତା ମଧ୍ୟରେ କିଛି ଅପଘଟକ ଜୀବାଣୁ ଥିଲା।
ବାକ୍ସ ରେ ମଳ ପଡ଼ିବା କ୍ଷଣି ଅପଘଟକ ମାନେ ମଳକୁ ଜୈବ ପଦ୍ଧତିରେ ପଚନ କରି ବାହାରକୁ ପାଣି ବାହାର କରିଥାନ୍ତି।ଏହି ଶୌଚାଳୟ କାରଣରୁ ତାଙ୍କ ମାଆ ଙ୍କ ର ମଧ୍ୟ ବହୁତ୍ ସୁବିଧା ହେଲା।ମା ଙ୍କ ସୁବିଧା ଦେଖି ଜୟସିଂହ ଏଭଳି ଆହୁରି ଟଏଲେଟ୍ ବନେଇଲେ ଏବଂ ତାଙ୍କ ଗ୍ରାମରେ ଥିବା ବୃଦ୍ଧାଙ୍କୁ ବାଣ୍ଟିଲେ।ଧୀରେ ଧୀରେ ଜୟସିଂହ ଙ୍କ ଏଭଳି ବାୟୋ ଚେୟାର ବିଷୟରେ ରାଜ୍ୟ ଓ ରାଜ୍ୟ ବାହାରକୁ ବ୍ୟାପିଥିଲା।